ଡ୍ୟାମ୍ ପାଣିକୁ ନେଇ ତେଜୁଛି ବିବାଦ ; ଜମିକୁ ପାଣି ଛାଡ଼ିବା ଦାବିରେ ଚାଷୀଙ୍କ ରାସ୍ତାରୋକ
19/01/2019 at 10:58 AM

ନୂଆପଡା ୧୯|୧: ନୂଆପଡାରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ପତୋରା ଡ୍ୟାମ୍ ପାଣିକୁ ନେଇ ତେଜିବାରେ ଲାଗିଛି ବିବାଦ । ଚାଷ ଜମିକୁ ପାଣି ଛାଡ଼ିବା ଦାବିରେ ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ଡ୍ୟାମ୍ ତଳମୁଣ୍ଡ ଚାଷୀମାନେ ଜାତୀୟ ରାଜପଥ ୩୫୩ ଏକତା ଛକଠାରେ ରାସ୍ତାରୋକ କରିଛନ୍ତି । ଫଳରେ ଗାଡି ଚଳାଚଳ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ତେବେ ଡ୍ୟାମରୁ ପାଣି ଛଡ଼ାନଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ନୂଆପଡ଼ା ପତୋରା ଡ୍ୟାମ୍ ରୁ ଚାଷ ଜମିକୁ ପାଣି ଯୋଗାଇବା ଦାବି ନେଇ ଗତ ୨୦ ନ ହେଲା ଆନ୍ଦୋଳନ ଚଳାଇଛନ୍ତି ଚାଷୀ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023