ରାସ୍ତା ମଝିରେ ଧାନ ବସ୍ତା ରଖି ଧାରଣା ଦେଲେ ଚାଷୀ, ଦାବି ପୂରଣ ନହେବା ଯାଏଁ ରାସ୍ତାରୁ ଉଠିବେ ନାହିଁ

Published By : Prameya-News7 Bureau | January 22, 2020 IST

ପଦ୍ମପୁର ୨୨।୦୧: ରାଜରାସ୍ତାରେ ଧାନବସ୍ତାର ରଖି ଧାରଣା ଦେଲେ ଚାଷୀ । ବରଗଡ ଜିଲ୍ଲା ପଦ୍ମପୁର ବଏସନା ରୋଡ ଲଖମରା ଛକରେ ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି ।  ଚାଷୀମାନେ ରାସ୍ତା ଉପରେ ୫ହଜାର ବସ୍ତା ପକାଇ ରାସ୍ତା ଅବରୋଧ କରିଛନ୍ତି ।

{"id":214461,"sizeSlug":"large"}

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ନପୁର ବଏସନା ରୋଡ଼ ଲଖମାର ଛକରେ ୫୦୦୦ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରିଛନ୍ତି । ଲାଖମରା ସୋସାଇଟିର ପାଖା ପାଖା୩୦୮ଜଣ ଚାଷୀଙ୍କ ଧାନ ବିକ୍ରି କାର୍ଡ ହୋଇପାରିନାହିଁ । ସେଥିଲାଗି ଚାଷୀମାନେ ଧାନ ବିକ୍ରୀ କରିପାରୁନାହାନ୍ତି ।  ଚାଷୀମାନେ ଦୁଇ ଦିନ ପୂର୍ବରୁ ଚାଷୀମାନ ରାସ୍ତାରୋକ କରିଥିଲେ, ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

{"id":214462,"sizeSlug":"large"}

କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଇଁ ଟୋକନର ବ୍ୟବସ୍ଥା କରାଯାଇାନାହିଁ । ଶେଷରେ ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ।  ଚାଷୀମାନଙ୍କୁ  ପଦ୍ମପୁର ଉପ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ କେବଳ ସାନ୍ତନା ଦେଉଥିବା ଅଭିଯୋଗ କରିଛନ୍ତି । ସେମାନେ ଏହା ପୂର୍ବରୁ ମଧ୍ୟ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ବାବଦରେ ବାରମ୍ବାର ଜଣାଇଥିଲେ ହେଲେ କେହି ଏହି ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ,ସେମାନେ ବାଧ୍ୟ ହୋଇ ଏହି ରାସ୍ତା ଆପଣାଇଛନ୍ତି ।  ଦାବି ପୂରଣ ନ ହେବାଯାଏ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି ଜଣାଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.