ପେଟ ଭିତରେ ଡଙ୍କ ମାରିଲା ମହୁମାଛି, ପାଣି ପିଇବା ବେଳେ ଚାଲି ଯାଇଥିଲା

Published By : Prameya-News7 Bureau | December 09, 2023 IST

ଭୋପାଳ ୦୯।୧୨ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୨୨ ବର୍ଷୀୟ ଚାଷୀ ପାଣି ପିଉ ପିଉ ହଠାତ ପାଟିରେ ପଶିଗଲା ମହୁମାଛି । ଆଉ ପାଟିରୁ ମହୁମାଛିଟି ବାହାରିବାକୁ ବହୁ ଚେଷ୍ଟା କରିଥିଲା । କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା । ଶେଷରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି ।

wp:embed {"url":"https://www.prameyanews7.com/nia-raids-44-locations-in-karnataka-maharashtra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nia-raids-44-locations-in-karnataka-maharashtra/
/wp:embed

ଖବର ଅନୁଯାୟୀ, ଜିଲ୍ଲା ମୁଖ୍ୟାଳୟ ଠାରୁ ୪୦ କିମି ଦୂର ବେରାସିଆ ଅଞ୍ଚଳର ଚାଷୀ ହିରେନ୍ଦ୍ର ସିଂହ । ବୁଧବାର ବିଳମ୍ବିତ ରାତିରେ ନିଜ ଘରେ ପାଣି ପିଇବା ଲାଗି ଏକ ଗ୍ଲାସ ପାଣି ମାଗିଥିଲେ । ଆଉ ପାଣି ପିଇବା ସମୟରେ ଏକ ମହୁମାଛିଟି ତାଙ୍କ ପାଟି ଭିତରକୁ ଚାଲିଯାଇଥିଲା । ବହୁ ଚେଷ୍ଟା କରିଥିଲେ ବି ମହୁମାଛିଟି ପାଟିରୁ ବାହାରିପାରିନଥିଲା । ଶେଷରେ କିଛି ସମୟରେ ହିରେନ୍ଦ୍ରଙ୍କ ପେଟରେ ବ୍ୟଥା ହୋଇଥିଲା । ତାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ଡାକ୍ତର ହିରେନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଡାକ୍ତରଙ୍କ ମତରେ, ମହୁମାଛିଟି ଖାଦ୍ୟ ନଳୀରେ ପଶିଯାଇଥିଲା । ଆଉ ବାହାରକୁ ନ ବାହାରିପାରିବାରୁ ଖାଦ୍ୟ ନଳୀକୁ ଏକାଧିକ ଥର ବିନ୍ଧି ଥିଲା । ଯାହାଫଳରେ ସେ ଗୁରୁତର ହୋଇଯାଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ନିମ୍ନମାନର ପାନୀୟ ଜଳ ଯୋଗଣ ହେଉଥିବା ଅଭିଯୋଗ ଆଣିଛନ୍ତି ଲୋକେ। ପ୍ରଶାସନ ନିକଟରେ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ ।

wp:embed {"url":"https://www.prameyanews7.com/medical-test-of-bangladeshi-woman-by-kamarda-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/medical-test-of-bangladeshi-woman-by-kamarda-police/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.