୧.୫ କୋଟି ଟଙ୍କାରେ ତିଆରି କରିଥିଲେ ସ୍ୱପ୍ନର ଘର, ଏକ୍ସପ୍ରେସ ୱେ' ମଝିରେ ଆସିବାରୁ ୫୦୦ ଫୁଟ ପଛକୁ ଘୁଞ୍ଚାଇଲେ...

Published By : Prameya-News7 Bureau | August 20, 2022 IST

ଚଣ୍ଡିଗଡ: ପଞ୍ଜାବର ସଙ୍ଗରୁର ଜିଲ୍ଲାର ଜଣେ ଚାଷୀ ୧.୫ କୋଟି ଟଙ୍କା ଖର୍ଚ୍ଚରେ ନିଜ ସ୍ୱପ୍ନର ଘର ତିଆରି କରିଥିଲେ । କିନ୍ତୁ ଏବେ ସେ ନିଜର ଦୁଇ ମହଲା ଘରକୁ ନିଜର ପ୍ରକୃତ ସ୍ଥାନରୁ ୫୦୦ ଫୁଟ ଦୂରକୁ ସ୍ଥାନାନ୍ତର କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଘରଟିକୁ ୨୫୦ ଫୁଟ ପଛକୁ ନିଆଯାଇଥିବା ବେଳେ ଆହୁରି ୨୫୦ ଫୁଟ ପଛକୁ ନିଆଯିବ। ନିଜର ସ୍ୱପ୍ନର ଘର ନିର୍ମାଣ କରିଥିବା ସୁଖବିନ୍ଦର ସିଂ ସୁଖୀ ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ମୁଁ ଏହି ଘରକୁ ସିଫ୍ଟ କରାଉଛି କାରଣ ଏହା ଦିଲ୍ଲୀ-ଅମୃତସହ-କଟରା ଏକ୍ସପ୍ରେସ ୱେ ରାସ୍ତାରେ ଆସୁଛି । ମୋତେ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଥିଲା, କିନ୍ତୁ ମୁଁ ଦ୍ୱିତୀୟ ଘର ନିର୍ମାଣ କରିବାକୁ ଚାହୁଁ ନଥିଲି । ଏହି ଘରକୁ ତିଆରି କରିବାରେ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲି । ଏବେ ଏହାକୁ ୨୫୦ ଫୁଟ ଘୁଞ୍ଚାସରିଛି'।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସ ୱେ ଯୋଗୁଁ ଏହି ଘରକୁ ତାର ପ୍ରକୃତ ସ୍ଥାନରୁ ହଟାଇବାକୁ ପଡୁଛି । ଏହି ଏକ୍ସପ୍ରେସ ୱେ ଯେଉଁ ସ୍ଥାନ ଦେଇ ଗତି କରୁଛି, ସେହି ରାସ୍ତା ମଧ୍ୟରେ ଏହି ଘରଟି ପଡୁଥିଲା। ତେଣୁ ଘରଟିକୁ ଏହାର ପ୍ରକୃତ ସ୍ଥାନକୁ ହଟାଇବାକୁ ଚାଷୀ ଜଣଙ୍କ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭବୱନ୍ତ ମାନ କହିଥିଲେ, ଦିଲ୍ଲୀ-ଅମୃତସର-କଟରା ନ୍ୟାସନାଲ ହାଇୱେ ଏକ ମହତ୍ୱାକାଂକ୍ଷୀ ପରିଯୋଜନା । ଏହା ସମ୍ପୂର୍ଣ୍ଣ ହେବା ପରେ ଦିଲ୍ଲୀରୁ ଜାମ୍ମୁ କାଶ୍ମୀର ଯିବାକୁ ଥିବା ଯାତ୍ରୀଙ୍କ ସମୟ ସହ ଟଙ୍କା ସଞ୍ଚୟ ହେବ । ତେବେ ଏହା ମଧ୍ୟରେ ଯେଉଁ ଲୋକଙ୍କ ଘର ଏବଂ ଜମି ଆସିବ ତାଙ୍କୁ ସରକାରଙ୍କ ପକ୍ଷରୁ ସଠିକ କ୍ଷତିପୂରଣ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.