କଦଳୀ କାନ୍ଧି ପଡିବାରୁ ଆହତ ହୋଇଗଲେ ଶ୍ରମିକ: ମାଲିକ ବିରୋଧରେ କଲେ ମୁକଦ୍ଦମା, ହୋଇଗଲେ କୋଟିପତି

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦ : କ୍ଷେତରୁ ଫଳ ଓ ପନିପରିବା ତୋଳିବା କାମ ମଧ୍ୟ ବିପଦଜନକ ହୋଇପାରେ। ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡର ଏକ  ଫାର୍ମରେ କାମ କରୁଥିବା ଜଣେ ଶ୍ରମିକଙ୍କ ସହିତ ଏମିତି ଏକ ଘଟଣା ଘଟିଛି। ଶ୍ରମିକ କ୍ଷେତରେ କଦଳୀ ତୋଳି ଏକତ୍ରିତ କରୁଥିଲେ। ଏକ ଦୁର୍ଘଟଣାରେ ସେ ଆହତ ହୋଇଗଲେଲେ। ତେବେ ଶ୍ରମିକ ତା’ପରେ ନିଜ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଓ ଜିତିଲେ ମଧ୍ୟ ।

ଘଟଣା କୁକଟାଉନ୍ ନିକଟ ଏକ ଫାର୍ମରେ ଘଟିଛି। ଏଠାରେ ଜ୍ୟାମି ଲଙ୍ଗବଟମ ନାମକ ଜଣେ ଶ୍ରମିକ ଗଛରୁ କଦଳୀ ତୋଳିବା କାମ କରୁଥିଲେ। ଜୁନ୍ ୨୦୧୬ ରେ, L&R କଲିନ୍ସ ଫାର୍ମରେ କାମ କରୁଥିବାବେଳେ, ସେ ଏକ ବଡ଼ କଦଳୀ କାନ୍ଧି ସହ ଖସିପଡିଲେ ଓ ଗୁରୁତର ଆହତ ହୋଇଥିଲେ। ଦି କେର୍ନ୍ସ ପୋଷ୍ଟର ରିପୋର୍ଟ ଅନୁଯାୟୀ ଜ୍ୟାମି ଉପରେ ଏକ ବଡ ଗଛ ଏବଂ ଏକ କଦଳୀ କାନ୍ଧି ପଡିଯିବାରୁ ସେ ଆହତ ହୋଇଥିଲେ।

ଆହତ ହେବାପରେ ଜ୍ୟାମି ଆଉ କାମକୁ ଫେରି ପାରିଲେ ନାହିଁ। ଏହା ପରେ ସେ ନିଜ ମାଲିକଙ୍କ ବିରୋଧରେ ମୁକଦ୍ଦମା ଦାୟର କରି କହିଛନ୍ତି ଯେ କମ୍ପାନୀର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ କଦଳୀ ଭାରୀ ଏବଂ ବଡ କାନ୍ଧି କିପରି ପରିଚାଳନା କରାଯିବ ସେ ସମ୍ବନ୍ଧରେ ତାଲିମ ଦିଆଯାଇନଥିଲା। ଗଛଗୁଡିକ ବହୁତ ଉଚ୍ଚ ଥିଲା ଏବଂ କଦଳୀ ମଧ୍ୟ ଉଚ୍ଚରେ ଥିଲା। ଜ୍ୟାମି ନିଜ ଡାହାଣ କାନ୍ଧରେ କଦଳୀ କାନ୍ଧି ରଖିଥିଲେ ଏବଂ ଅଧିକ ଓଜନ ହେତୁ ସେ ତଳେ ପଡ଼ିଯାଇଥିଲେ। ଯେତେବେଳେ ତାଙ୍କୁ କୁକଟାଉନର ଡାକ୍ତରଖାନା ଅଣାଯାଇଥିଲା ତାପରେ ସେ ଆଉ କାମକୁ ଫେରି ପାରିନଥିଲେ।

କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ଜ୍ୟାମି ୭୦ କିଲୋ କଦଳୀ ସହିତ ଖସି ପଡିଛନ୍ତି। ଏହି ଦୁର୍ଘଟଣା ପରେ ସେ କୌଣସି ପ୍ରକାର ଶାରୀରିକ ପରିଶ୍ରମ କରିବାକୁ ସକ୍ଷମ ନୁହନ୍ତି। ଜ୍ୟାମି କହିଛନ୍ତି ଯେ ତାଙ୍କୁ ଠିକ୍ ତାଲିମ ଦିଆଯାଇ ନ ଥିଲା। ଏଭଳି ପରିସ୍ଥିତିରେ ସେଥିପାଇଁ ଆହତ ହେବା ବିପଦ ଅଧିକ ଥିଲା। ତେଣୁ କୋର୍ଟଙ୍କ କମ୍ପାନୀ ତରଫରୁ ଜ୍ୟାମିଙ୍କୁ ୫୦୨.୭୪୦ ଡଲାର ଅର୍ଥାତ୍ ୪ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.