ଗଞ୍ଜାମ ପୋଲିସ ଜିଲ୍ଲାର ଏସପି ବ୍ରିଜେଶ କୁମାର ରାୟଙ୍କୁ ଭାବପୂର୍ଣ୍ଣ ବିଦାୟ

Published By : Prameya-News7 Bureau | January 08, 2023 IST

ଖଲ୍ଲିକୋଟ:  ଗଞ୍ଜାମ ପୋଲିସ ଜିଲ୍ଲାରୁ  ଏସପି ତଥା ଅନୁଗୁଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆ ଯାଇଛି। ନୂତନ ଏସପି ଜଗମୋହନ ମୀନାଙ୍କୁ ରବିବାର ପୂର୍ବାହ୍ନ ୧୧ଟା ବେଳେ ଦାୟିତ୍ବ ହସ୍ତାନ୍ତର କରିବା ପରେ ଅପରାହ୍ନ ସାଢେ ୩ଟା ସମୟରେ ଶ୍ରୀ ରାୟ ସପରିବାର ଗଞ୍ଜାମ ଜିଲ୍ଲାରୁ ବିଦାୟ ଦେଇଥିଲେ।

ଏହି ଅବସରରେ ଶତାଧିକ ସଂଖ୍ୟକ ପୋଲିସ ଅଧିକାରୀଙ୍କ ସମେତ ପୋଲିସ ସଙ୍ଘ କର୍ମକର୍ତ୍ତା ଓ କର୍ମଚାରୀ ରାୟଙ୍କୁ ତାଙ୍କର ଆବାସିକ କାର୍ଯ୍ୟାଳୟରୁ ପୋଲିସ ବ୍ୟାଣ୍ଡର ତାଳେ ତାଳେ ପଟୁଆରର ସହ ଜାତୀୟ ରାଜପଥ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନେଇ ବିଦାୟ ଦେଇଥିଲେ। ଏହା ସହିତ କିଛି ଅଧିକାରୀ ଓ କର୍ମଚାରୀମାନେ ନିଜ କାନ୍ଧରେ ବସାଇ ଶୋଭାଯାତ୍ରାରେ ନେଇଥିଲେ। ଏହି ବିଦାୟୀ ବେଳେ ସମସ୍ତ ଆଖିରୁ ଲୁହ ଝରୁ ଥିବା ଦେଖିବାକୁ ମିଳିଥିଲା।

ପୂର୍ବତନ ଏସପି ତଥା ଡିଆଇଜି ରାୟ  ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୪ ବର୍ଷ ୯ ମାସ ୨୦ ଦିନର ଚାକିରି କାଳରେ  ସମସ୍ତ ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। କର୍ମଚାରୀମାନଙ୍କ ମଧ୍ୟରେ କେତେ ଆପଣାର ଥିଲେ ଆଜିର ଏହି ବିଦାୟକାଳରେ ସ୍ପଷ୍ଟ ବାରି ହୋଇ ପଡିଥିଲା। ଏହି ବିଦାୟୀ ସମୟରେ ଗଞ୍ଜାମ ଅତିରିକ୍ତ ଏସପି  ବିଜୟ କୁମାର ମଲ୍ଲିକ,ପି.କେ.ଦଳେଇ, ଡିଏସପି, ଏସଡିପିଓ ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.