ଏକ ଅଦ୍ଭୁତ ସହର ତିଆରି କରିବ ସାଉଦି ଆରବ : ବୁଲିଲେ ଲାଗିବ କଳ୍ପନାର ରାଇଜରେ ବୁଲିଲା ଭଳି, ଖର୍ଚ୍ଚ ହେବ ୧୦୦୦ କୋଟି ଡଲାର

Published By : Prameya-News7 Bureau | July 28, 2022 IST

ନୂଆଦିଲ୍ଲୀ ୨୮/୦୭:  ସୁଉଚ୍ଚ ଅଟାଳିକାରେ ତିଆରି ହେବ ସହର । ଗୋଟିଏ ଧାଡିରେ ପୁରା ସହର । ଯାହାର ଲମ୍ବ ହେବ ୧୭୦ କିଲୋମିଟର । ପ୍ରସ୍ଥ ହେବ ୨୦୦ ମିଟର । ଏହି ସହରର ଗୋଟିଏ ପ୍ରାନ୍ତରୁ ଆଉ ଏକ ପ୍ରାନ୍ତକୁ ମାତ୍ର ୨୦ ମିନିଟରେ ପହଁଚିହେବ । କାରଣ ଏଠାରେ ହାଇସ୍ପିଡ୍ ଟ୍ରେନ୍ ଚାଲିବ । ଉଚ୍ଚତା ମଧ୍ୟ ହେବ ୫୦୦ ମିଟର ଅର୍ଥାତ ଅଧା କିଲୋମିଟର । ଏଥିରେ ଘର ଉପରେ ଘର ହେବ । ଅର୍ଥାତ ଏହା ପରିବ୍ୟାପ୍ତ ହୋଇ ନୁହେଁ ବରଂ କୋଠା ଭଳି ଗଢି ଉଠିବ ।  

ଏହି ସହରର ନାଁ ରହିଛି ଦି ଲାଇନ୍ । ବିଶ୍ୱର ଏହା ପ୍ରଥମ ଭର୍ଟିକାଲ ସହର ହେବାକୁ ଯାଉଛି । ଏଥିରେ କାର୍ଯ୍ୟାଳୟ, ଘର, ପାର୍କ, ସ୍କୁଲ ସବୁ କିଛି ଭର୍ଟିକାଲ ହେବ । ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ସର୍ବପ୍ରଥମେ ଏହି ପ୍ରକଳ୍ପ ବାବଦରେ ଜାନୁଆରୀ ୨୦୨୧ରେ ଖୁଲାରା କରିଥିଲେ । ଏହାକୁ ତିଆରି କରିବା ପାଇଁ ପ୍ରାୟ ୧ ଟ୍ରିଲିୟନ  ଡଲାର ଅର୍ଥାତ ୭୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

ବଡବଡ ପାଚେରୀ ଭିତରେ ସହର

ଦି ଲାଇନ ସହ କାଚର ଅଧା କିମି ଉଚ୍ଚତା ବିଶିଷ୍ଟ ପାଚେରୀରେ ଆବଦ୍ଧ ହୋଇ ରହିବ । ଏହା ୧୦୦ ପ୍ରତିଶତ ନବୀକରଣ ଯୋଗ୍ୟ ଶକ୍ତିରେ ଚାଲିବ । ଅର୍ଥାତ ପବନ, ସୌର ଶକ୍ତିରେ ଏହା କାର୍ଯ୍ୟକ୍ଷମ ହେବ । ଯାହା ଦ୍ୱାରା ପ୍ରଦୂଷଣ ହେବ ନାହିଁ । ଏପରିକି କୌଣସି ଅଙ୍ଗାରକ ନିର୍ଗମନ ମଧ୍ୟ ହେବ ନାହିଁ । ଏଠାରେ ପ୍ରାୟ ୯୦ ଲକ୍ଷ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି ।

ପାରମ୍ପରିକ ଫ୍ଲାଟ୍ ଓ ପରିବ୍ୟାପ୍ତ ହୋଇଥିବା ସହର ତୁଳନାରେ ଏହା ଭିନ୍ନ ହେବ । କାରଣ ଏହା ଧାଡି ହୋଇ ରହିବ । ତେବେ ଅହି ସହରରେ ରାସ୍ତା ଦେଖିବାକୁ ମିଳିବନି ଯ କାର୍ ଚାଲିବ ନାହିଁ । ପ୍ରଦୂଷଣର ମାତ୍ର କମ୍ ରହିବ । ଏହାର ଆଖାପଖ ଅଞ୍ଚଳକୁ ହାଇଟେକ୍ ଜୋନ୍ ଭାବେ ବିକଶିତ କରାଯିବ । ଯାହା ୨୬୫୦୦ ବର୍ଗ କିମି ଜାଗାରେ ପରିବ୍ୟାପ୍ତ ହୋଇ ରହିବ । ଯଦ୍ୱାରା ସହରକୁ ସବୁ ଦିଗରୁ ସପୋର୍ଟ ମିଳିବ । ଯଦି ସବୁ କିଛି ଠିକ୍ ହୁଏ ଏହା ୨୦୨୫ସୁଦ୍ଧା ତିଆରି ହୋଇଯିବ ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.