scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଋଷଭ ପନ୍ତଙ୍କ ଜିମ୍ ସେସନର ଭିଡିଓ ଦେଖି ଚକିତ ହୋଇଯିବେ ପ୍ରଶଂସକ, ମଇଦାନକୁ ଫେରିବା ପାଇଁ ବୁହାଉଛନ୍ତି ଝାଳ

20/07/2023 at 11:42 PM

ନୂଆଦିଲ୍ଲୀ: ଗତ ବର୍ଷ କାର ଦୁର୍ଘଟଣାରେ ଗୁରୁତର ଋଷଭ ପନ୍ତ ଯେତେ ଶୀଘ୍ର ସମ୍ଭବ ମଇଦାନକୁ ଫେରିବା ପାଇଁ କଠୋର ପରିଶ୍ରମ କରୁଛନ୍ତି। କାର ଦୁର୍ଘଟଣାରେ ପନ୍ତ ଅଳ୍ପକେ ବର୍ତ୍ତିଥିଲେ ହେଁ ଗୁରୁତର ଆହତ ହୋଇଥିଲେ। ପ୍ରାୟ ଛଅ ମାସ ପରେ ପନ୍ତ ନିଜ ପାଦରେ ଚାଲିବାକୁ ଉଦ୍ୟମ କରିଥିଲେ। ଭାରତୀୟ ଦଳର ନିୟମିତ ସଦସ୍ୟ ଥିବା ଋଷଭ ପନ୍ତ ଗତ ବର୍ଷ ଡିସେମ୍ବରରେ ଭାରତ ପାଇଁ ଖେଳିଥିଲେ। ଏହା ପରେ ଆହତ କାରଣରୁ ଦଳରୁ ବାହାରେ ଥିଲେ। ଆସନ୍ତା ବର୍ଷ ସୁଦ୍ଧା ଫିଟ୍ ହେବା ପାଇଁ ଗତ କିଛି ମାସ ହେବ ପନ୍ତ ଫିଟନେସ୍‌ ଉପରେ ଧ୍ୟାନ ଦେଉଛନ୍ତି।

ଅଧିକ ପଢନ୍ତୁ-

ଋଷଭ ପନ୍ତ ନିକଟରେ ବିନା ଆଶା ବାଡ଼ିରେ ଚାଲିବା ଆରମ୍ଭ କରିଛନ୍ତି। ସେ ନିଜ ସୁସ୍ଥତା ସଂପର୍କରେ ସାମାଜିକ ଗଣମାଧ୍ୟମରେ ଭିଡିଓ ସେୟାର କରି ସୂଚନା ଦେଇ ଆସିଛନ୍ତି। ପନ୍ତ ଗୁରୁବାର ଇନଷ୍ଟାଗ୍ରାମରେ ଜିମ ସେସନର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଭାରତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ପନ୍ତ ଭିଡିଓ ସେୟାର କରି ଲେଖିଛନ୍ତି, ଆପଣଙ୍କୁ ତାହା ମିଳେ ଯେଉଁଥି ପାଇଁ ଆପଣ କାମ କରନ୍ତି।

ଋଷଭ ପନ୍ତ ଭାରତରେ ଅକ୍ଟୋବର-ନଭେମ୍ବର ମାସରେ ଖେଳା ଯିବାକୁ ଥିବା ଦିନିକିଆ ବିଶ୍ଵକପ୍‌ରୁ ଦଳରୁ ବାହାରେ ଅଛନ୍ତି। ହେଲେ ତାଙ୍କର ସୁସ୍ଥତା ଦେଖି ସମସ୍ତେ ଚକିତ। କିନ୍ତୁ ଚଳିତ ବର୍ଷ ପନ୍ତଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭବ ନୁହେଁ। ପନ୍ତଙ୍କ ପୋଷ୍ଟ ଉପରେ ଭାରତୀୟ ଦଳର ତାରକା ବ୍ୟାଟର କେଏଲ ରାହୁଲ ଏବଂ ପୂର୍ବତନ କ୍ରିକେଟର ସୁରେଶ ରୈନା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

   Related Posts