ଆଜି ଭାଙ୍ଗିବ କି ମାଷ୍ଟରଙ୍କ ଶତକ ରେକର୍ଡ ? ପୁରା ଦେଶକୁ ଅପେକ୍ଷା ବିରାଟଙ୍କ ୫୦ ତମ ଶତକ

Published By : Prameya-News7 Bureau | November 15, 2023 IST

ମୁମ୍ବାଇ ୧୫।୧୧ : ବିରାଟ ଭାଙ୍ଗିବେ କି ମାଷ୍ଟର ବ୍ଲାଷ୍ଟର ରେକର୍ଡ । ସଚ୍ଚିନ ତେନ୍ଦୁଲକରଙ୍କ ୪୯ ତମ ଶତକ ସହ ବରାବରି ସ୍ଥାନରେ ଅଛନ୍ତି ବିରାଟ । ତେଣୁ ଆଜିର ମ୍ୟାଚ୍‌ରେ ସଚ୍ଚିନଙ୍କ ଏହି କାଟିପାରିବ ତ ବିରାଟ । ତାହା ଉପରେ ରହିଛି ସମସ୍ତଙ୍କ ନଜର ।

wp:embed {"url":"https://www.prameyanews7.com/virat-kohli-creating-history-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-creating-history-today/
/wp:embed

ବିଶ୍ୱକପ୍‌ ୨୦୨୩ ।ବୁଧବାର ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍‌ ମ୍ୟାଚ୍‌ । ଚଳିତ ବିଶ୍ୱକପ୍‌ର ଏହା ପ୍ରଥମ ସେମି ମୁକାବିଲା । ତେଣୁ ଆଜିର ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ବିରାଟ ପୂର୍ବରୁ ୪୯ଟି ଦିନିକିଆ ଶତକ ହାସଲ କରିସାରିଛନ୍ତି । ଯାହା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମାନ ରହିଛି । ତେଣୁ ଯଦି ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଶତକ ହାସଲ କରୁଛନ୍ତି । ତେବେ ତେନ୍ଦୁଲକରଙ୍କ ରେକର୍ଡକୁ ଅତିକ୍ରମ କରିବେ ବିରାଟ । ପୂର୍ବରୁ ବାଙ୍ଗାଲୋରରେ ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ ଶତକ କରିବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା । ଏମିତି କି ବାଙ୍ଗାଲୋରରେ ବିରାଟ ମଧ୍ୟ ଭଲ ଫର୍ମରେ ଥିଲେ । କିନ୍ତୁ ମାତ୍ର ୫୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ବିରାଟ । ଯାହାକି ଫ୍ୟାନ୍ସକୁ ବହୁତ କଷ୍ଟ ଦେଇଥିଲା ।

wp:embed {"url":"https://www.prameyanews7.com/mumbai-police-gets-threat-message/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mumbai-police-gets-threat-message/
/wp:embed

ସୂଚନାଯୋଗ୍ୟ ଯେ, ବିରାଟ କୋହଲି ବର୍ତ୍ତମାନ ୨୯୦ଟି ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ୧୩୬୭୭ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୧୮୩ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏବେ ସୁଦ୍ଧା ୪୯ଟି ଶତକ ହାସଲ କରିଥିବା ବେଳେ ୭୧ଟି ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି ।

wp:embed {"url":"https://www.prameyanews7.com/pakistani-cricketer-abdul-razzaq-issues-apology/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistani-cricketer-abdul-razzaq-issues-apology/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.