ପଡ଼ିଆରେ ଶୁଭମନ ଗିଲ୍ଙ୍କୁ ସାରା ସାରା କହି ଚିଡ଼ାଇଲେ ଫ୍ୟାନ୍, ପଡ଼ିଆ ଭିତରେ ହାତ ହଲାଇ ନାଚିଲେ ବିରାଟ, ଦେଖନ୍ତୁ ଭିଡିଓ
26/01/2023 at 7:52 PM

ମୁମ୍ବାଇ: ନିକଟରେ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଓ କ୍ରିକେଟର୍ କେଏଲ୍ ରାହୁଲଙ୍କ ବିବାହ ସରିଛି। ଦୁହିଁଙ୍କୁ ନେଇ ଫ୍ୟାନ୍ଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ଉଭୟଙ୍କ ବାହାଘର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି। ଆଉ ଏବେ ସାରା ଅଲ୍ଲୀ ଖାନ୍ ଓ ଶୁଭମନ ଗିଲ୍ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।
କାର୍ତ୍ତିକ ଆର୍ଯ୍ୟନଙ୍କ ସହ ବ୍ରେକ୍ଅପ୍ ପରେ ଗିଲ୍ଙ୍କ ସହ ସାରାଙ୍କ ଲଭ୍ ଷ୍ଟୋରି ଆରମ୍ଭ ହୋଇଥିବା ଗସିପ ଗଳିରେ ଚର୍ଚ୍ଚା ହେଉଛି। ଥରେ ଶୁଭମନଙ୍କ ସହ ସାରା ଅଲ୍ଲୀ ଡିନର କରୁଥିବା ନଜର ଆସିଥିଲେ। ଏହାପରେ ଦୁହିଁଙ୍କୁ କିଛି କିଛି ସ୍ଥାନରେ ଦେଖିବାକୁ ମିଳିଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ତେଜିଛି।
କଥା ଆଉ ଗସିପ୍ ଗଳିରେ ସୀମିତ ନାହିଁ ବରଂ ଖୁଲମଖୁଲା କ୍ରିକେଟ୍ ମଇଦାନରେ ଗଡ଼ୁଛି। ଫ୍ୟାନ୍ମାନେ ଶୁଭମନ ଗିଲ୍ଙ୍କୁ ସାରା ଭାଉଜ କହି ଚିଡ଼ାଇବାକୁ ଲାଗିଲେଣି। ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଫ୍ୟାନ୍ ଗିଲ୍ଙ୍କୁ ସାରା ଭାଉଜ କହି ଚିଡ଼ାଉଥିବାର ଦେଖିବାକୁ ମିଳିଛି। ସାରା ଭାଉଜ କେମିତି ଅଛନ୍ତି ବୋଲି ଫ୍ୟାନ୍ମାନେ ବାରମ୍ବାର ବଡ଼ ପାଟିରେ ପଚାରିଥିଲେ।
Fans were cheering Shubman Gill by taking Sara's & Even Virat Kohli was enjoying!!!…. 😂😂🤣🤣#ViratKohli𓃵 | #ShubmanGillpic.twitter.com/tWvmdqpcA9
— Virat Kohli Fan Club (@Trend_VKohli) January 25, 2023
ଫ୍ୟାନ୍ଙ୍କର ଏଭଳି ଅଜବ ପ୍ରତିକ୍ରିୟା ଦେଇ ପଡ଼ିଆରେ ଥିବା ବିରାଟ କୋହଲି କିନ୍ତୁ ଖୁବ୍ ମଜା ନେଇଥିଲେ। ସେ ପ୍ୟାଭିଲିୟନରେ ବସିଥିବା କ୍ରାଉଡ୍କୁ ଅନାଇ ହାତ ହଲାଇ ଡାନ୍ସ କରିବା ସହ ସେମାନଙ୍କୁ ଆହୁରି ଚିୟରଅପ୍ କରିଥିଲେ। ତେବେ ଶୁଭମନ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ଭିଡିଓରେ ଫ୍ୟାନ୍ ଗିଲ୍ଙ୍କୁ ଚିଡ଼ାଉଥିବାର ଦେଖାଯାଇଥିଲା। ସାରାଙ୍କ ନାଁ ନେଇ ଫ୍ୟାନ୍ କହୁଥିଲେ “ହମାରୀ ଭାବୀ କୈଶୀ ହୋ ସାରା ଭାବୀ ଜୈଶୀ ହୋ।” ଓଡ଼ିଆରେ କହିଲେ ,ଆମ ଭାଉଜ କେମିତି ହେବା ଦରକାର ଶାରାଙ୍କ ପରି ହେବା ଦରକାର ବୋଲି ଫ୍ୟାନ୍ କହୁଥିଲେ। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଫ୍ୟାନ୍ କହୁଥିବା ସାରା ଭାବି ଶାରା ଅଲୀ ଖାନ କି ସାରା ତେନ୍ଦୁଲକର ତାହା ସ୍ପଷ୍ଟ ହୋଇନି। କାରଣ ଗିଲ୍ ସାରାଙ୍କ ସହ ବି ଡେଟ୍ କରୁଥିବା ଗୁଜବ ହେଉଛି।
ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସାରାଙ୍କ ନାଁ ନେଇ ଗିଲ୍ଙ୍କୁ ଚିଡ଼ାଇଛନ୍ତି ଫ୍ୟାନ୍। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଫ୍ୟାନ୍ ସାରା ସାରା ହାଲ୍ଲା କରିଥିଲେ।