‘ଯୋଦ୍ଧା ଆକବର୍’ ଫେମ୍ ରଜତ ଟୋକସ୍ ହସ୍ପିଟାଲରେ ଭର୍ତ୍ତି, ଫଟୋ ସେୟାର କରି ଲେଖିଲେ ଏମିତି...

Published By : Prameya-News7 Bureau | November 25, 2021 IST

ନୂଆଦିଲ୍ଲୀ ୨୫/୧୧: 'ଯୋଦ୍ଧା ଆକବର' ଫେମ୍ ରଜତ ଟୋକସ୍ ଦୀର୍ଘ ସମୟ ଧରି ପରଦାରୁ ଦୂରେଇ ରହିଛନ୍ତି। କିନ୍ତୁ ନିକଟରେ ସେ ସୋସଲିଆଲ ମିଡିଆରେ ଏପରି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇ ପଡିଛନ୍ତି।  ରଜତ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ହସ୍ପିଟାଲ ବେଡ ଉପରେ ପଡିଥିବା ଦେଖାଯାଇଛି। ଫଟୋ ସହିତ ରଜତ୍ ଲେଖିଥିବା କ୍ୟାପସନ୍ ମଧ୍ୟ ପ୍ରଶଂସକଙ୍କ ଚିନ୍ତା ବଢାଇଦେଇଛି।

wp:html
/wp:html

ଅଭିନେତା ଲେଖିଛନ୍ତି, ‘ଜୀବନରେ ସବୁବେଳେ ଟେନସନ ରହିବ। ଆପଣ କେବଳ ଜାଣିବା ଆବଶ୍ୟକ । ପ୍ରତ୍ୟେକ ପରିସ୍ଥିତିରେ ଆପଣଙ୍କ ପାଖରେ ଅପ୍ସନ୍ ରହିଥାଏ କି ଆପଣଙ୍କ ପ୍ରତିକ୍ରିୟା କିପରି ରହିବ, ଅନ୍ୟଥା ଆପଣଙ୍କ ଶରୀର ପ୍ରତିକ୍ରିୟା କରିବ। ଯେତେବେଳେ ବି ଆପଣ ଅନୁଭବ କରିବ ଯେ ବିଶ୍ରାମ ନେବାକୁ ଆପଣଙ୍କ ପାଖରେ ସମୟ ନାହିଁ, ସେତେବେଳେ ବୁଝିଯିବେ ଯେ ଏହି ସମୟରେ ବିଶ୍ରାମ ନେବାକୁ ସବୁଠୁ ଅଧିକ ସମୟ ଆବଶ୍ୟକ। ମୋର କୌଣସି ଆଘାତ ହୋଇନି ଏବଂ କିଛି ଗମ୍ଭୀର ନାହିଁ। ୱାର୍କଆଉଟ୍ ହେତୁ କିଛି ଘଟିନାହିଁ। ଆଶାକରେ ମୁଁ ଶୀଘ୍ର ଭଲ ହୋଇଯିବି ।’

{"width":696,"height":429}
PunjabKesari

ଯଦିଓ ରଜତ୍ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କର କୌଣସି କ୍ଷତି ହୋଇନାହିଁ କିମ୍ବା କୌଣସି ପ୍ରକାରର ରୋଗ ନାହିଁ, କିନ୍ତୁ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି କି ସେ ଡିପ୍ରେସନରେ ଅଛନ୍ତି କି ନାହିଁ। ତେଣୁ ପ୍ରଶଂସକ ରଜତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ପ୍ରଶଂସକ କମେଣ୍ଟ ମାଧ୍ୟମରେ ସେମାନଙ୍କର ମତାମତ ମଧ୍ୟ ଦେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, "ଶୀଘ୍ର ସୁସ୍ଥ ହୁଅ ରଜତ୍ .. ଏବଂ ପୃଥ୍ୱୀରାଜ ଚୌହାନ ଭଳି ଡ୍ରାମା ସହିତ ଟିଭିକୁ ଫେରି ଆସ। ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ଭଗବାନ ଆପଣଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.