ବାସ୍ ବହୁତ ହୋଇଗଲା…ଏଣିକି ଷ୍ଟ୍ରଙ୍ଗ ଡିସିସନ୍, ଫେସବୁକ୍ରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଝଟକା ଦେଲେ ଅନୁଭବ
6/06/2023 at 12:37 PM

ଭୁବନେଶ୍ୱର ୦୬/୦୬: ସୋସିଆଲ ମିଡିଆରେ ଅନୁଭବ ମାରିଲେ ତେରଛା ବାଣ । ଫେସବୁକ୍ରେ କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ଝଟକା । ସୋସିଆଲ ମିଡିଆରେ ସାଂସଦ ଲେଖିଥିବା ମନକଥାକୁ ନେଇ ଏବେ ବହୁତ ଚର୍ଚ୍ଚା ।
ତେବେ ଏହି ପୋଷ୍ଟରେ ସେ କହିଛନ୍ତି ଖୁବ୍ ଶୀଘ୍ର ନେବେ ବଡ ନିଷ୍ପତ୍ତି । ଏନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି । ତେବେ ସେ ଆହୁରି ଲେଖିଛନ୍ତି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନୁରୋଧ କରି ସେ କହିଛନ୍ତି ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଯେଉଁମାନେ ମୋତେ ବୁଝନ୍ତି ବା ମୋତେ ଜାଣନ୍ତି, ସେମାନେ ନିଶ୍ଚୟ ମୋ କଥା ବୁଝିପାରିବେ । ମୋର ସେ ଭରସା ଓ ବିଶ୍ୱାସ ଅଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅନୁଭବ କଣ ନେବେ ସେ ବଡ ନିଷ୍ପତ୍ତି । ପ୍ରତିଟି ଫ୍ୟାନ୍ସଙ୍କ ମନରେ ସେଇ ପ୍ରଶ୍ନ । କଣ ନିଜର ବୈବାହିକ ଜୀବନକୁ ନେଇ କିଛି ବଡ ନିଷ୍ପତ୍ତି ନେବେ? ନା ଆଉ କିଛି । ତାଙ୍କ ପୋଷ୍ଟ ଏବେ ଅନେକ ଦ୍ୱନ୍ଦ୍ୱ ବଢାଇଛି ।
ସୂଚନା ଥାଉକି, ପାରିବାରିକ ବିବାଦକୁ ନେଇ ଅନେକ ବର୍ଷ ହେବ ଛନ୍ଦି ହୋଇପଡ଼ିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏବେ ବି ମାମଲା କୋର୍ଟରେ ବିଚରାଧୀନ । ଉଭୟଙ୍କ ଛାଡପତ୍ର ନେଇ କିଛି ନିଷ୍କର୍ସ ବାହାରିପାରିନି । ଏହାରି ଭିତରେ ଅନୁଭବଙ୍କ ପୋଷ୍ଟକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ…