oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ଛୁଉଁଛି ସ୍ଥଳଭାଗ: ଏସଆରସି

3/05/2019 at 8:24 AM

ଭୁବନେଶ୍ବର୩|୫ : ପୁରୀଠାରୁ ୪୦କିମି ଦୂରରେ ଫନିର କେନ୍ଦ୍ରସ୍ଥଳ ରହିଛି। ଫନି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଘଣ୍ଟାକୁ ୨୦କିମି ବେଗରେ ଫନି ମାଡିଆସୁଥିବା ବେଳେ ପୁରୀରେ ଘଣ୍ଟାକୁ ୧୪୦କିମି ବେଗରେ ପବନ ବହିବାରେ ଲାଗିଛି। ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରଭାବରେ ସମୂଦ୍ରରେ ବଡ ଜୁଆର ଆସିବା ସହ ସମୂଦ୍ର ଆଗକୁ ବଢିବାରେ ଲାଗିଛି। ପୁରୀ ପେଣ୍ଠକଟାର ଲୋକମାନେ ବାତ୍ୟା ଆଶ୍ରୟସ୍ଥଳିକୁ ପଳାୟନ କରିଛନ୍ତି। ସମୂଦ୍ର ସ୍ବର୍ଗଦ୍ୱାରକୁ ଛୁଇଁଛି। ଭିଆଇପି ରୋଡରେ ଗଛ ଭାଙ୍ଗିଯିବା ଯୋଗୁଁ ରାସ୍ତା ବନ୍ଦ ରହିଛି। ପୁରୀର ଦକ୍ଷିଣ ଦିଗରେ ଫନି ଲ୍ୟାଣ୍ଡଫଲ କରୁଥିବା ବେଳେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପ୍ରଳୟ ଆରମ୍ଭ ହୋଇଛି।  

   Related Posts