ମୁମ୍ବାଇ୧୪|୨: କେହି ନା କେହି ବଲିଉଡର କିଛି ଅଭିନେତା ଓ ଅଭିନେତ୍ରୀଙ୍କପ ଡାଏ ହାର୍ଡ ଫ୍ୟାନ୍ ଥାଆନ୍ତି। ସେମାନେ ନିଜ ପସନ୍ଦିଦାର ଷ୍ଟାରଙ୍କୁ ଭେଟିବା ପାଇଁ ମଧ୍ୟ ବହୁତ ଉତ୍ସୁକ ଥାଆନ୍ତି। କେବଳ ଭେଟିବା ଆଶା ନେଇ ଫ୍ୟାନ୍ମାନେ କେତେ କ'ଣ କରିବସନ୍ତି। ନିକଟରେ ସଲମାନଙ୍କର ଏମିତି ଏକ ଜବ୍ରା ଫ୍ୟାନଙ୍କ ଖବର ସାମ୍ନାକୁ ଆସିଛି ଯାହାର ପାଗଳାମୀ ସମସ୍ତଙ୍କୁ ଆଚମ୍ବିତ କରିଛି।
{"id":224313,"sizeSlug":"large"}![](https://www.prameyanews7.com/wp-content/uploads/2020/02/salman_khan_image_1581666419_618x347.jpeg)
୫୨ ବର୍ଷ ବୟସ୍କ ଜଣେ ବ୍ୟକ୍ତି ସଲ୍ମାନ୍ଙ୍କୁ ଦେଖିବା ପାଇଁ ୬୦୦ କିଲୋମିଟର ସାଇକେଲ୍ ଚଲାଇ ପହଞ୍ଚିଛନ୍ତି।ସଲମାନଙ୍କୁ ଭେଟିବା ଅପେକ୍ଷାରେ ଅଛନ୍ତି ଏହି ଭେଟେରନ୍ ଫ୍ୟାନ। ଯେତେବେଳେ ସେ ଜାଣିଲେ ଚଳିତ ବର୍ଷ ଫିଲ୍ମଫେୟାର ଆୱାର୍ଡସ୍ ଗୌହାଟିରେ ଅନୁଷ୍ଠିତ ହେବ ଓ ଏଥିରେ ସଲମାନ ମଧ୍ୟ ସାମିଲ ହେବେ ସେତେବେଳେ ସିଏ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଫ୍ୟାନ୍ଙ୍କ ନାଁ ହେଉଛି ଭୂପେନ୍ ଲିକ୍ସନ୍।
{"id":224314,"sizeSlug":"large"}![](https://www.prameyanews7.com/wp-content/uploads/2020/02/salman-main.jpeg)
ସେ ଆସାମର ତିନସୁକିଆର ବାସିନ୍ଦା। ସୂଚନାଯୋଗ୍ୟ ଯେ, ସାଇକେଲ୍ ଚଲାଇ ଭୂପେନ୍ ପୂର୍ବରୁ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୧୩ ମସିହାରେ ଭୂପେନ୍ ହ୍ୟାଣ୍ଡେଲ୍ ନ ଛୁଇଁ ୬୦ ମିନିଟ୍ରେ ୪୮ କିଲୋମିଟର ସାଇକେଲ୍ ଚଲାଇ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କ ନାଁ 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍'ରେ ସ୍ଥାନ ପାଇଥିଲା।
{"id":224315,"sizeSlug":"large"}![](https://www.prameyanews7.com/wp-content/uploads/2020/02/spotted-salman-khan-enjoying-cycle-ride-panvel-0001.jpg)
ଫେବୃଆରୀ ମାସ ୮ ତାରିଖରୁ ତିନସୁକିଆରୁ ସାଇକେଲ୍ରେ ଯାତ୍ରା ଆରମ୍ଭ କରିଥିଲେ ଭୂପେନ୍। ଗତକାଲି ସେ ଗୌହାଟିରେ ପହଞ୍ଚିଛନ୍ତି। ସଲମାନ ନିଜେ ସାଇକେଲ୍ ଚଲାଇବାକୁ ପସନ୍ଦ କରନ୍ତି। ଅନେକ ସମୟରେ ମୁମ୍ୱାଇର ରାସ୍ତାରେ ସେ ସାଇକେଲ୍ ଚଲାଉଥିବା ଦେଖାଯାଇଥାଏ। ତେବେ ସଲମାନଙ୍କ ସହ ଭୂପେନ୍ଙ୍କର ସାକ୍ଷାତ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି।
wp:heading {"level":1}