ମାହୀଙ୍କ ପ୍ରଶଂସାରେ ଶତମୁଖ ଫ୍ୟାନ୍, ବିବାହ କାର୍ଡରେ ଛପାଇଲେ ମାହିଙ୍କ ଫଟୋ
11/03/2023 at 11:35 AM

ମୁମ୍ୱାଇ ୧୧/୦୩: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଫ୍ୟାନ୍ସ ଫଲୋଅର ଜବରଦସ୍ତ । ସାରା ବିଶ୍ୱରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଢେର୍ । ବିଶ୍ୱ କ୍ରିକେଟର ତିନୋଟି ଆଇସିସି ଟ୍ରଫି ଜିତିବାରେ ଧୋନି ହେଉଛନ୍ତି ଏକମାତ୍ର ଅଧିନାୟକ । ଯଦିଓ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କହିଛନ୍ତି । ତଥାପି ଆଜି ପ୍ରଶଂସକମାନେ ତାଙ୍କ ଲୁକ୍ ଦେଖିବାକୁ ଆଗ୍ରହୀ ଅଛନ୍ତି ।
A fan printed the photo of MS Dhoni in his wedding card. pic.twitter.com/DDkhVbIrwk
— Johns. (@CricCrazyJohns) March 10, 2023
ତାଙ୍କର ଝଲକ ଟିକିଏ ପାଇବାକୁ ଫ୍ଯାନ୍ସ, ମତୁଆଲା । ଏହି ସମୟରେ, ତାଙ୍କର ଏମିତି ଜଣେ ପ୍ରଶଂସକ ଏପରି ଏକ କ୍ରେଜ୍ ଦେଖାଇଛନ୍ତି ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କର୍ଣ୍ଣାଟକରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ବିବାହ କାର୍ଡରେ ଧୋନିଙ୍କ ଫଟୋ ମଧ୍ୟ ଛପା କରିଛନ୍ତି । ବାହାଘର କାର୍ଡର ଡାହାଣ ପାର୍ଶ୍ୱରେ ଛପା ହୋଇଛି ଧୋନୀଙ୍କ ଫଟୋ । ବର କନ୍ୟା ନାଁ ତଳେ ରହିଛି ତାଙ୍କ ଫଟୋ । ଏହି କାର୍ଡରେ ଛପା ହୋଇଥିବା ଧୋନିଙ୍କ ଫଟୋ ହେଉଛି ୨୦୧୩ ଚାମ୍ପିଅନ୍ସ ଟ୍ରଫିର ।
ସୂଚନା ଥାଉକି, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ପାଇଁ ପ୍ରସ୍ତୁତି ସମ୍ପର୍କରେ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଚେନ୍ନାଇରେ ଦଳ ସହ ପ୍ରାକ୍ଟିସ୍ କରୁଛନ୍ତି । ତେବେ ଏଠାରେ କହିରଖୁ ଯେ, ଆଗାମୀ ଆଇପିଏଲ୍ ହୋଇପାରେ ଧୋନିଙ୍କ ଶେଷ ଆଇପିଏଲ୍ । ଏହା ସହ ଶେଷ ହୋଇପାରେ ଧୋନୀଙ୍କ ଟି-୨୦ଲିଗ୍ ପର୍ଯ୍ୟାୟ