କିଆରାଙ୍କ ଝଲକ୍ ପାଇବା ପାଇଁ ଘରେ ପହଞ୍ଚିଗଲେ ଫ୍ୟାନ୍, ଏମିତି କାମ କଲେ ଯେ ତାଜୁବ ହୋଇଗଲେ ଅଭିନେତ୍ରୀ

Published By : Prameya-News7 Bureau | July 05, 2022 IST

ମୁମ୍ବାଇ ୫।୭: ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କ ଫିଲ୍ମ ‘ଜୁଗ୍ ଜୁଗ୍ ଜିୟୋ’ର ଷ୍ଟାର୍ ହୋଇଯାଇଛନ୍ତି । ଫିଲ୍ମରେ ଅଭିନେତ୍ରୀଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ଲଗାତର ଫିଲ୍ମରେ ସଫଳତା ପାଇବା ପରେ ଏବେ କିଆରାଙ୍କ ଫ୍ୟାନ୍ ଫଲୋଇଙ୍ଗ କ୍ରମାଗତ ବଢିବାରେ ଲାଗିଛି । ନିକଟରେ କିଆରଙ୍କ ଝଲକ୍ ପାଇବା ପାଇଁ ଜଣେ ଫ୍ୟାନ୍ ଏମିତି କିଛି କରିଥିଲେ ଯେ ଯାହା ଫଳରେ ଅଭିନେତ୍ରୀ ମଧ୍ୟ ତାଜୁବ ହୋଇଯାଇଥିଲେ ।

କିଆରା ଆଡଭାନୀ ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ, ତାଙ୍କର ଜଣେ ଫ୍ୟାନ୍ ତାଙ୍କ ପାଇଁ ଏମିତି କିଛି କରିଥିଲେ ଯେଉଁଥି ପାଇଁ ସେ ତାଜୁବ ହୋଇଯାଇଥିଲେ । କିଆରା କହିଥିଲେ ଯେ, ତାଙ୍କର ଜଣେ ଫ୍ୟାନ୍ ଲିଫ୍ଟ ବ୍ୟବହାର କରିବା ପରିବର୍ତ୍ତେ ତାଙ୍କ ବିଲ୍ଡିଂର ସମସ୍ତ ସିଡି ଚଢି ଆସିଥିଲେ । ସେ କହିଥିଲେ ଯେ, ଏହା ତାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ସେ ଏହା ମଧ୍ୟ କହିନଥିଲେ ଯେ ସେ କେଉଁ ମହଲାରେ ରହୁଛନ୍ତି କିନ୍ତୁ କେବଳ ଏତିକି କହିଥିଲେ ଯେ ସେ ବହୁତ ଉପର ମହଲାରେ ରହୁଛନ୍ତି । ସେହି ଫ୍ୟାନ୍ ଜଣଙ୍କ ତାଙ୍କୁ ଭେଟିବାକୁ ଫ୍ଲାଟ୍‌ର ସମସ୍ତ ସିଡିରେ ଚଢି ଆସିଥିଲେ । ଯେତେବେଳେ ତାଙ୍କ ଫ୍ୟାନ୍ ଜଣଙ୍କ ଆସିଥିଲେ ସେତେବେଳେ ତାଙ୍କ ଦେହରୁ ଗମ୍ ଗମ୍ ଝାଳ ବୋହୁଥିଲା ।

କିଆରା ଆହୁରି କହିଥିଲେ ଯେ, ସେ ତାଙ୍କୁ ଦେଖିବା ପରେ ତୁରନ୍ତ ପଚାରିଥିଲେ, କ’ଣ ହେଲା ? ଆପଣ ଠିକ୍ ଅଛନ୍ତି ତ ? ଆପଣ ବସିବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ପାଣି ଦରକାର କି ? ସେତେବଳେ ଫ୍ୟାନ୍ ଜଣଙ୍କ କହିଥିଲେ, ନା, ମୁଁ ସିଡି ଚଢି ଆସିଛି । ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଥିଲି ଯେ ଆପଣ ମୋ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ । ସେହି ସମୟରେ କିଆରା ଭାବିଥିଲେ ଯେ, କିନ୍ତୁ କାହିଁକି ? ଆପଣ ଲିଫ୍ଟରେ ଆସିପାରିଥାନ୍ତେ । କିଆରା କହିଥିଲେ ଯେ ଏହା ଏକ ଉତ୍ତମ ଇଶାରା କିନ୍ତୁ ଭୟାନକ ମଧ୍ୟ ।

ଉଲ୍ଲେଖଯୋଗ୍ୟ ଯେ, କିଆରା ଆଡଭାନୀ କମେଡି ଫିଲ୍ମ ‘ଫଗଲି’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ବାୟୋପିକ୍ ‘ଏମ୍ ଏସ୍ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଧୋନିଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ ‘ଲଷ୍ଟ ଷ୍ଟୋରିଜ୍’ ୱେବ୍ ସିରିଜରେ ନଜର ଆସିଥିଲେ । ଫିଲ୍ମ ‘କବୀର ସିଂ’ ଏବଂ ‘ଶେରଶାହା’ରେ ସେ ତାଙ୍କ ଦମଦାର ଅଭିନୟର ଜଲଓ୍ବା ଦେଖାଇଥିଲେ । ବର୍ତ୍ତମାନ ‘ଭୁଲ୍ ଭୁଲେୟା-୨’ ପରେ ‘ଜୁଗ୍ ଜୁଗ୍ ଜିୟୋ’ର ସଫଳତାର ମଜ୍ଜା ଉଠାଉଛନ୍ତି କିଆରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.