ଗାଡି ଦାମ ୩୯ ଲକ୍ଷ, ନମ୍ବର ପ୍ଲେଟ୍ ପାଇଁ ଦେଲେ ୩୪ ଲକ୍ଷ ଟଙ୍କା : ୦୦୭ ନମ୍ବର ବୁକ୍ କରିଥିଲେ ଜେମ୍ସ୍ ବଣ୍ଡ ଫ୍ୟାନ୍ ଟ୍ରାନ୍ସପୋର୍ଟର

Published By : Prameya-News7 Bureau | November 27, 2020 IST

ଅହମଦାବାଦ ୨୭/୧୧ : ନାଁ ତାଙ୍କର ଆସିକ୍, ଜେମ୍ସ ବଣ୍ଡଙ୍କର ଜଣେ ଭୂୟସି ପ୍ରଶଂସକ । ଗାଡିର ନମ୍ବରକୁ ନେଇ ଏବେ ଚର୍ଚ୍ଚାରେ ଅହମଦାବଦର ଆସିକ ପଟେଲ । ପରିବହନକାରୀ କମ୍ପାନୀ ଚଳାଉଥିବା ଆସିକ୍ ପଟେଲ ନାମକ ଜଣେ ଯୁବକ ତାଙ୍କ ନୂଆ ଏସୟୁଭି କାରର ନମ୍ବର ପାଇଁ ଖର୍ଚ୍ଚ କରିଛନ୍ତି ୩୪ ଲକ୍ଷ ଟଙ୍କା । ତାଙ୍କ ୩୯.୫୦ ଲକ୍ଷ ଟଙ୍କା ମୂଲ୍ୟର ବିଳାସପୁର୍ଣ୍ଣ କାରର ନମ୍ବରକୁ ଅଦ୍ବିତୀୟ କରିବା ପାଇଁ ଆରଟିଓ ଅଫିସରେ ନିଆରା ନମ୍ବର ପ୍ଲେଟ GJ-01-WA-007 ପାଇଁ ଖର୍ଚ୍ଚ କରିଛନ୍ତି ପ୍ରାୟ ୩୪ ଲକ୍ଷ ଟଙ୍କା ।

{"id":368563,"width":500,"height":373,"sizeSlug":"large"}

ତେବେ ନିଜର ବିଳାସପୂର୍ଣ୍ଣ କାର ସହିତ ନିଆରା ନମ୍ବର ପଛର କାରଣ କହିଛନ୍ତି ସାହିବାଗ ନିବାସୀ ଆସିକ୍ ପଟେଲ । ସେ କହିଛନ୍ତି, ଏହି କାରଟି ମୋର ପ୍ରଥମ କାର ଏବଂ ଏହି ନମ୍ବର ମୋ ପାଇଁ ଶୁଭ । ତେବେ ଏହି ନମ୍ବରକୁ ସହଜରେ ପାଇନଥିଲେ ଆସିକ ପଟେଲ । ଏହି ନମ୍ବର ପାଇଁ ନିଲାମ ପ୍ରକ୍ରିୟାରେ ସବନିମ୍ନ ମୂଲ୍ୟ ଥିଲା ୨୫ ହଜାର ଟଙ୍କା । ତେବେ ଅନଲାଇନରେ ହେଉଥିବା ଏହି ନିଲାମ ପ୍ରକ୍ରିୟାରେ ଆସିକଙ୍କ ସହିତ ଅନ୍ୟମାନେ ମଧ୍ୟ ସାମିଲ ଥିଲେ । ନିଲାମ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ରାତି ୧୧.୫୩ରେ ଆସିକ୍ ୩୪ ଲକ୍ଷ ଟଙ୍କା ସହିତ ଏହି ନମ୍ବରକୁ ନିଜ ନାଁରେ କରିନେଇଥିଲେ ।

ଆଞ୍ଚଳିକ ପରିବହନ ସହାୟକ ଅଧିକାରୀ ଏନ. ଭି. ପରମାର କହିଛନ୍ତି, ନିଲାମ ପ୍ରକ୍ରିୟାରେ ୦୦୭ ନମ୍ବର ପାଇଁ ୩୪ ଲକ୍ଷ ଟଙ୍କାର ଦେୟ ସର୍ବକାଳୀନ ରେକର୍ଡ । ତେବେ ଆସିକ ପଟେଲ ପୁରା ଟଙ୍କା ଦେବା ପରେ ଏହି ନମ୍ବର ସାର୍ବଜନୀନ ଭାବେ ତାଙ୍କୁ ଦିଆଯିବ ବୋଲି ଏନ. ଭି. ପରମାର କହିଛନ୍ତି ।  ତେବେ ଏହା ପୂର୍ବରୁ ୦୦୧ ନମ୍ବର ୫.୫୬ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା ଏବଂ ୦୩୬୯ ନମ୍ବର ପ୍ଲେଟ୍ ପାଇଁ ଜଣେ ବ୍ୟକ୍ତି ୧.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.