ସିରାଜଙ୍କୁ SUV ଦେବା ପାଇଁ କହିଲେ ଫ୍ୟାନ୍ସ: କଣ କହିଲେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ
18/09/2023 at 10:30 PM

ନୂଆଦିଲ୍ଲୀ, ୧୮/୯: ଏସିଆ କପ୍ ଫାଇନାଲ୍ର ହିରୋ ସିରାଜଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ମହମ୍ମଦ ସିରାଜ ଏସିଆ କପ୍-୨୦୨୩ର ଫାଇନାଲ୍ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ଜିତାଇଥିଲେ। ସିରାଜଙ୍କ ଘାତକ ବୋଲିଂ ଆଗରେ ତିଷ୍ଠିପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ। ସିରାଜ ୨୧ ରନ୍ ଦେଇ ୬ଟି ଓ୍ୱିକେଟ୍ ହାସଲ କରିଥିଲେ। ଫଳରେ ୫୦ ରନ୍ ସୀମିତ ରହିଥିଲା ଶ୍ରୀଲଙ୍କା। ଯେଉଁ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଟିମ୍ ଇଣ୍ଡିଆ।
ଭାରତର ଐତିହାସିକ ବିଜୟ ପରେ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ସିରାଜଙ୍କ ବୋଲିଂକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଏହା ପୂର୍ବରୁ ବିରୋଧୀଙ୍କ ନେଇ ନିଜ ହୃଦୟ କାନ୍ଦିବା କେବେବି ଅନୁଭବ କରିନି। ଲାଗୁଛି ଯେମିତି ତାଙ୍କ ଉପରେ ଶକ୍ତ ପ୍ରହାର ପ୍ରୟୋଗ କରାଯାଇଛି। ସିରାଜ ତୁମେ ଜଣେ ମାର୍ଭଲ ଆଭେଞ୍ଜର୍।
I don’t think I have EVER before felt my heart weep for our opponents….It’s as if we have unleashed a supernatural force upon them… @mdsirajofficial you are a Marvel Avenger… https://t.co/DqlWbnXbxq
— anand mahindra (@anandmahindra) September 17, 2023
ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟୁଇଟ୍ ପରେ ପ୍ରଶଂସକମାନେ ପ୍ରତିକ୍ରିୟାରେ ଦେବା ପାଇଁ ବିଳମ୍ବ କରିନଥିଲେ। ଏଥିରେ ଜଣେ ପ୍ରଶଂସକ ତାଙ୍କର ଏକ ବିଶେଷ ଦାବି ରଖିଥିଲେ ଏବଂ ସିରାଜଙ୍କୁ ଏକ ଏସୟୁଭି ଉପହାର ଦେବା ବିଷୟରେ ଲେଖିଥିଲେ। ଏହି ଟ୍ୱିଟକୁ ତୁରନ୍ତ ଜବାବ ଦେବାବେଳେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ସେଥିରେ ସମସ୍ତ ପ୍ରଶଂସକ ବହୁତ ଖୁସି ହୋଇଥିଲେ। ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ଏ କାମ ସରିଛି।
Been there, done that… https://t.co/jBUsxlooZf
— anand mahindra (@anandmahindra) September 17, 2023
ଏସିଆ କପ୍ ୨୦୨୩ର ଫାଇନାଲ୍ ମୁକାବିଲାରେ ଭାରତ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଏକତରଫା ବିଜୟ ହାସଲ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୫.୨ ଓଭରରେ ମାତ୍ର ୫୦ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ କୌଣସି ଓ୍ଵିକେଟ୍ ନ ହରାଇ ୬.୧ ଓଭରରେ ମ୍ୟାଚ୍ ଜିତି ନେଇଛି। ଏହାସହିତ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ନିଜ ନାମରେ କରିବା ସହିତ ଦିନିକିଆ କ୍ରିକେଟ୍ରେ କିଛି ନୂତନ ରେକର୍ଡ କରିଛି।