‘ବାଲିକା ବଧୂ’ ସିରିଏଲ ନିର୍ଦେଶକଙ୍କ ଉପରେ କରୋନା ଛାଟ, ରାସ୍ତାକଡ଼ରେ ବିକୁଛନ୍ତି ପନିପରିବା

Published By : Prameya-News7 Bureau | September 27, 2020 IST

ଆଜମଗଡ଼ ୨୭/୦୯: କରୋନା ଭାଇରସ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ବରଂ ପ୍ରତିଷ୍ଠିତ ଲୋକଙ୍କ ଉପରେ ପ୍ରଭାବ ପକାଇଛି। କରୋନା ଛାଟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ପଡ଼ିଛି। କରୋନା ପାଇଁ ବନ୍ଦ ହୋଇଛି ଟିଭି ଓ ଫିଲ୍ମ ସୁଟିଂ। ଏ କାରଣରୁ ଟିଭି ଓ ଫିଲ୍ମ ଜଗତ ସହ ଜଡ଼ିତ ଥିବା କର୍ମଚାରୀଙ୍କୁ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ଏହି କ୍ରମରେ ଆଜମଗଡ଼ରେ ‘ବାଲିକା ବଧୂ’ ଓ ‘କୁଛ ତୋ ଲୋଗ କହେଗେଁ’ ଲୋକପ୍ରିୟ ସିରିଏଲର ନିର୍ଦେଶକ ରାମବୃକ୍ଷ ଗୌଡ଼ ଏବେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି।

{"id":335236,"sizeSlug":"large"}

ପରିବାର ପେଟ ପୋଷିବା ପାଇଁ ଏବେ ତାଙ୍କୁ ଏହି କାମ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି। ତାଙ୍କ ମତରେ ରିୟଲ ଓ ରିଲ ଲାଇଫ୍ ଏକଦମ୍ ଭିନ୍ନ। ପିଲାଙ୍କ ପରୀକ୍ଷା ପାଇଁ ଆଜମଗଡ଼ ଆସିଥିଲେ। କରୋନା ଯୋଗୁ ଲକଡାଉନ ଲାଗୁ ହୋଇଗଲା। ବିମାନ ଓ ରେଳ ଚଳାଚଳ ମଧ୍ୟ ବନ୍ଦ ହେଲା। ସେବେଠୁ ରାମବୃକ୍ଷ ମୁମ୍ବାଇ ଫେରିପାରି ନାହାନ୍ତି। ତେବେ ରାମବୃକ୍ଷ ଯଶପାଳ ଶର୍ମା, ମିଲିନ୍ଦ ଗୁଣାଜୀ, ରାଜପାଳ ଯାଦବ, ରଣଦୀପ ହୁଡା, ସୁନିଲ ସେଟ୍ଟିଙ୍କ ଭଳି ବଡ଼ କାଳାକାରଙ୍କ ଫିଲ୍ମରେ ସହ-ନିର୍ଦେଶକ ଭାବେ କାମ କରିଛନ୍ତି। ଫିଲ୍ମରେ କାମ କରିବାରେ ତାଙ୍କର ୨୨ ବର୍ଷର ଅଭିଜ୍ଞତା ରହିଛି।

୨୦୦୨ରେ ତାଙ୍କର ଜଣେ ସାଙ୍ଗର ସାହାଯ୍ୟ କ୍ରମେ ମୁମ୍ବାଇ ଆସିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବହୁ କଷ୍ଟ କରିଛନ୍ତି ରାମବୃକ୍ଷ। ପ୍ରଥମେ ସେ ବିଜୁଳି ବିଭାଗରେ କାମ କରୁଥିଲେ, ତା’ପରେ ଟିଭି ପ୍ରଡକସନକୁ ଆସିଲେ। ନିର୍ଦେଶନା ଦେବାରେ ଭଲ ଲାଗିବାରୁ ଏଥିରେ ସେ କ୍ୟାରିଅର କଲେ। ତେବେ କରୋନା ମହାମାରୀ ଏମିତି ପ୍ରଭାବ ପକାଇଛି ଯେ ଆଜି ସେ ରାସ୍ତାକଡ଼ରେ ଠେଲା ଉପରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.