ଜୀବନ ହାରିଲେ ଫେମସ ମଡେଲ୍, ତଦନ୍ତ ପରିସରକୁ ଆସିଲେ ଏହି କ୍ରିକେଟର

Published By : Prameya-News7 Bureau | February 21, 2024 IST

ସୁରଟ ୨୧/୦୨: ସନରାଇଜର୍ସ ହାଇଦ୍ରାବାଦ (SRH) ଖେଳାଳି ଅଭିଷେକ ଶର୍ମାଙ୍କ ବଢିଲା ଅଡୁଆ । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଏହି ଖେଳାଳି ଏବେ ସଂକଟରେ । ସୁରଟର ଜଣେ ପ୍ରସିଦ୍ଧ ମଡେଲ ତାନିୟା ସିଂହଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିଷେକ । ଏଥାପାଇଁ ତାଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ମଡେଲ ତାନିଆଙ୍କ ଶେଷ କଲ୍ ଥିଲା ୨୩ ବର୍ଷୀୟ ଅଭିଷେକ ଶର୍ମାଙ୍କୁ ।

ପୋଲିସ ଅନେକ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ୨୮ବର୍ଷ ବୟସ୍କା ତାନିଆ । ପେଶାରେ ଜଣେ ଫ୍ୟାଶନ୍ ଡିଜାଇନର । ଏମିତିକି ଜଣେ ଫେମସ ମଡେଲର । ଇନଷ୍ଟାଗ୍ରାମରେ ତାଙ୍କର ୧୦,୦୦୦ରୁ ଅଧିକ ଫଲୋଅର୍ସ । ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ଏହା ଲେଖାଯାଇଛି ଯେ ସେ ଜଣେ ଜକି, ଫେମସ ଡିଜାଇନର ଏବଂ ମଡେଲ୍ ।

ତାନିଆ ଆତ୍ମହତ୍ୟା କରିବା ପରେ ସୁରଟ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟ ମଧ୍ୟରେ ଆଇପିଏଲରେ SRH ଖେଳାଳି ଅଭିଷେକ ଶର୍ମାଙ୍କ ନାମ ଆସିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଷେକ ତାନିଆ ସିଂଙ୍କ ସହ ଯୋଗାଯୋଗରେ ଥିଲେ । ଅନୁସନ୍ଧାନରୁ ଆହୁରି ବି ଜଣାପଡିଛି ଯେ ତାନିଆ ଏବଂ ଅଭିଷେକ କିଛି ସମୟ ସମ୍ପର୍କରେ ନଥିଲେ । କିନ୍ତୁ ଅଭିଷେକଙ୍କୁ ସେମାନଙ୍କ ବନ୍ଧୁ ଥିବାରୁ ପଚରାଉଚରା ପାଇଁ ପୋଲିସ ଡାକିଥିଲା ।

ତେବେ ସୂତ୍ର ଯାହା କହୁଛି ଯେ ତାନିଆଙ୍କ କଲ୍ ବିବରଣୀରେ ଅନେକ ରହସ୍ୟ ଲୁଚି ରହିଛି । ଏହା ବ୍ୟତୀତ ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ତାଙ୍କର ଶେଷ କଲ୍ ଅଭିଷେକ ଶର୍ମାଙ୍କୁ ମଧ୍ୟ କରାଯାଇଥିଲା । ତେଣୁ ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ନା ଆଉ କିଛି ତାହା ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ । ସୂଚନା ଥାଉକି, ୨୮ ବର୍ଷୀୟ ମଡେଲ ତାନିଆ ମଙ୍ଗଳବାର ଆତ୍ମହତ୍ୟା କରିଥିଲେ । ସେ ଗତ ଦେଢରୁ ଦୁଇ ବର୍ଷ ଧରି ଫ୍ୟାଶନ ଡିଜାଇନ ଏବଂ ମଡେଲିଂରେ ପାଠ ପଢୁଥିଲେ । ମଡେଲ ତାନିଆ ଆତ୍ମହତ୍ୟା କରିବା ପରେ ହିଁ ପୋଲିସ ପ୍ରାଥମିକ ଅଭିଯୋଗ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲା ।

ସେପଟେ ଅଭିଷେକ ଶର୍ମା ବର୍ତ୍ତମାନ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସହିତ ଜଡିତ ଅଛନ୍ତି । ସେ ଜଣେ ଅଲରାଉଣ୍ଡର । ସେ ଆଇପିଏଲରେ ୪୭ଟି ମ୍ୟାଚରେ ୧୩୭.୩୮ ହାରରେ ୮୯୩ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୭୫ ରନ୍ । ଏପର୍ଯ୍ୟନ୍ତ ଆଇପିଏଲରେ ସେ ୪ ଅର୍ଦ୍ଧଶତକ ହାସଲ କରି ୯ ୱିକେଟ୍ ନେଇଛନ୍ତି । ୨୦୨୨ ଆଇପିଏଲ୍ ନିଲାମରେ ଅଭିଷେକଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୬.୫ କୋଟି ଟଙ୍କାରେ କିଣିଥିଲା।

you can also read...

wp:embed {"url":"https://www.prameyanews7.com/instagram-is-flooded-with-akaay-kohli-fake-accounts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/instagram-is-flooded-with-akaay-kohli-fake-accounts/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.