oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମାଲାୟାଲମ୍‌ର ପ୍ରସିଦ୍ଧ ଅଭିନେତା ପିସି ଜର୍ଜଙ୍କ ପରଲୋକ, ପୋଲିସ ଚାକିରୀରୁ ଅବସର ନେବାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ

15/05/2021 at 1:33 PM

ନୂଆଦିଲ୍ଲୀ ୧୫।୫: ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ତଥା ପୂର୍ବତନ ପୋଲିସ ଅଧିକାରୀ ପିସି ଜର୍ଜଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତ୍ରିସୁରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ମଧ୍ୟ ବହୁତ ଦିନ ଧରି ଅସୁସ୍ଥ ଥିଲେ ।

ପିସି ଜର୍ଜ ପୋଲିସ ଏସପି ପଦରୁ ଅବସର ନେଇଥିଲେ । ଏହାପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଶନିବାର ଦିନ ତ୍ରିସୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

୮୦ ଦଶକ ପୂର୍ବରୁ ରାଜଧାନୀରେ ପୋଷ୍ଟିଂ ହେବା ପରେ ପିସି ଜର୍ଜଙ୍କ ଚଳଚ୍ଚିତ୍ର କ୍ୟାରିଅର ଗୋଟିଏ ପ୍ରକାରର ବ୍ରେକ୍ ପାଇଥିଲା । ୧୯୮୮ ମସିହାରେ ମମୁଟି ଷ୍ଟାରର୍ ‘ସାଙ୍ଗମ୍’ରେ ତାଙ୍କର ଚମତ୍କାର ଅଭିନୟ ପରେ ତାଙ୍କ କ୍ୟାରିଅର୍ ବଢିବାକୁ ଲାଗିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ସେ ତାଙ୍କ କ୍ୟାରିୟରରେ ୭୦ଟି ଫିଲ୍ମରେ ଅଭିନୟ କରିଥିଲେ । ସେ ଅନେକ ଭେଟେରାନ ନିର୍ଦ୍ଦେଶକ କେ.ଜି. ଜର୍ଜ ଏବଂ ଜୋଶୀଙ୍କ ସହ କାମ କରିଛନ୍ତି ।

   Related Posts