scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବସ୍ତରୀୟ ଏହି କମ୍ପାନୀ ବଦାଳିଛନ୍ତି ନିଜ ନାଁ, ଜାଣନ୍ତୁ ଲିଷ୍ଟରେ ଅଛନ୍ତି କିଏ କିଏ ?

3/10/2023 at 2:06 PM

ନୂଆଦିଲ୍ଲୀ ୦୩।୧୦: ସମୟ ସହିତ ସବୁକିଛି ବଦଳିଥାଏ । ସେହିପରି କିଛି ବିଶ୍ବସ୍ତରୀୟ କମ୍ପାନୀ ଅଛନ୍ତି ଯେଉଁମାନେ କି ନିଜର ନାଁ ବଦଳାଇଛନ୍ତି । ଆଜିକାଲି ଅନ୍‌ଲାଇନ୍‌ ସପିଂର ଟ୍ରେଣ୍ଡ । ଇ-କମର୍ସ କମ୍ପାନୀ ମଧ୍ୟରୁ ଲୋକମାନଙ୍କର ବେଶ୍ ପସନ୍ଦ ଆମାଜନ ।

ଏହାର ନିର୍ମାତା ହେଉଛନ୍ତି ଜେଫ୍ ବେଜୋସ୍ । ସେ ତାଙ୍କ କମ୍ପାନୀକୁ ୧୯୯୪ରେ ଷ୍ଟାର୍ଟ କରିଥିଲେ । କିନ୍ତୁ ସେତେବେଳେ ଏହାର ନାଁ ଥିଲା କ୍ୟାଡାବ୍ରା । କିନ୍ତୁ କମ୍ପାନୀ ଷ୍ଟାର୍ଟର କିଛି ମାସ ପରେ ବେଜୋସ୍‌ ନିଜ କମ୍ପାନୀର ନାଁ ପରିବର୍ତ୍ତନ କରି ରଖିଥିଲେ ଆମାଜନ ।

 ସେହିପରି ଏହି ଲିଷ୍ଟରେ ରହିଛି  ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ । ୧୯୯୭ରେ ଏହାର ହୋଇଥିଲା ପ୍ରତିଷ୍ଠା । ନିର୍ମାତା ଏହାର ନାଁ ରଖିଥିଲେ ବ୍ୟାକ୍‌ରବ୍‌ । ପରେ ଏହାର ନାଁ ପରିବର୍ତ୍ତନ କରି ରଖିଥିଲେ ଗୁଗୁଲ୍ । କନ୍‌ଫିନିଟି ଏକ ସଫ୍ଟଓୟାର କମ୍ପାନୀ । ଏହା ଏକ ଅନ୍‌ଲାଇନ୍‌ ଟଙ୍କା ଟ୍ରାଞ୍ଜାକ୍ସନ କମ୍ପାନୀ । କିନ୍ତୁ ମସ୍କଙ୍କ କମ୍ପାନୀ ଏକ୍ସ ସହ ଯୋଡି ହେବା ପରେ ଏହାର ନାଁ ହୋଇଛି ପେପଲ୍‌ ।

ସେହିପରି ଭିଡିଓ ଷ୍ଟ୍ରିମିଙ୍ଗ୍ ଆପ୍‌ ନେଟଫ୍ଲିକ୍ସର ନାଁ ପୂର୍ବରୁ କିବଲ୍‌ ଥିଲା । କିନ୍ତୁ କମ୍ପାନୀର କୋ ଫାଉଣ୍ଡର ମାର୍କ ରାନଡୋଲ୍ଫଙ୍କୁ ଏହି ନାଁ ପସନ୍ଦ ଆସିନଥିଲା । ଏହାପରେ ସେ କିଛି ନାଁର ଚୟନ କରିଥିଲେ । ସେ ପ୍ରଥମେ ଓ୍ବେବଫ୍ଲିକ୍ସ, ଟେକ୍‌ଓ୍ବାନ୍, ଏବଂ ନେଟ୍‌ପିକ୍ସ ବୋଲି ଚିନ୍ତା କରିଥିଲେ । କିନ୍ତୁ ଶେଷରେ ସେ ଏହାର ନାଁ ରଖିଥିଲେ  ନେଟଫ୍ଲିକ୍ସ ।

ସେହିପରି ସର୍ଟ ଭିଡିଓ ଆପ୍‌ ଇଣ୍ଟାଗ୍ରାମର ନାଁ  ପୂର୍ବରୁ ଥିଲା । ନାମୀଦାମୀ ଜୋତା କମ୍ପାନୀ ନାଇକ୍‌ ୧୯୬୪ରେ ସ୍ଥାପନା ହୋଇଥିଲା । ଏହି କମ୍ପାନୀ ୧୯୬୪ରୁ ୧୯୭୮ ଯାଏଁ ବ୍ଲୁ ରିବନ୍‌ ସ୍ପୋର୍ଟସ୍‌ ନାଁରେ ଜଣା ଯାଉଥିଲା । ଏହାପରେ ଏହାର ନାଁ ପରିବର୍ତ୍ତନ ହୋଇ ହୋଇଥିଲା ନାଇକ୍ ।

You Can Read:

   Related Posts