ମଙ୍ଗଳବାର ଠାରୁ ଭକ୍ତଙ୍କ ପାଇଁ ଖୋଲିବ ଘଟଗାଁର ମା’ ତାରିଣୀ ମନ୍ଦିର, କୋଭିଡ କଟକଣା ସହ ଖୋଲିବାକୁ ନିଷ୍ପତ୍ତି

Published By : Prameya-News7 Bureau | August 09, 2021 IST

ଘଟଗାଁ ୦୯/୦୮ : ଆସନ୍ତାକାଲି ଠାରୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର । ଏ ନେଇ ଗାଇଡଲାଇନ୍‌ ଜାରି କରିଛି ମନ୍ଦିର ପ୍ରଶାସନ । କୋଭିଡ୍‌ କଟକଣା ସହିତ ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଘଟଗାଁର ପ୍ରସିଦ୍ଧ ମା ତାରିଣୀଙ୍କ ମନ୍ଦିର । କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିଲା । ସାରା ରାଜ୍ୟରେ ସଂକ୍ରମଣ କମୁଥିବାରୁ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର । ଏହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଧର୍ମାନୁଷ୍ଠାନ ଗୁଡିକୁ ମନ୍ଦିର ପ୍ରଶାସନ ଚାହିଁଲେ ଖୋଲିପାରିବେ ବୋଲି ଗାଇଡଲାଇନ୍‌ରେ ଉଲ୍ଲେଖ କରିଥିଲେ । ଏହି କ୍ରମରେ ଆସନ୍ତାକାଲି ଠାରୁ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.