oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ପରବେଶ୍ ମେହେରାଙ୍କ ପରଲୋକ, ଦୀର୍ଘଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

19/12/2020 at 8:33 PM

ମୁମ୍ବାଇ ୧୯/୧୨ : ବର୍ଷ ୨୦୨୦ ଶେଷ ହେବାକୁ ଯାଉଛି କିନ୍ତୁ ଦୁଃଖଦ ଖବର କଳାପାହାଡ ପରି ଘେରି ରହିଛି । ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ପରବେଶ ସି ମେହେରାଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମେହେରା ଦୀର୍ଘଦିନ ଧରି କରୋନାରେ ପୀଡିତ ଥିଲେ ଏବଂ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ୭୧ ବର୍ଷ ବୟସରେ ପରବେଶ ମେହେରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

କରୋନା ସଂକ୍ରମିତ ହେବା ପରେ ପ୍ରାୟ ମାସେ ହେଲା ସେ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । କିନ୍ତୁ ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ମୁମ୍ବାଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମେହେରା ବଲିଉଡରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏଥିମଧ୍ୟରେ ରାମ ଜାନେ, ଚମତ୍କାର, ପ୍ୟାର କେ ଦୋ ପଲ୍, ଅଶାନ୍ତି, ଶିକାର – ଦ ଇଣ୍ଟର ଉମାଙ୍ଗ ଅନ୍ତର୍ଭୁକ୍ତ । ବର୍ଷ  ୨୦୨୦ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଛି ଏବଂ ବଲିଉଡ ମଧ୍ୟ ଏହି ବର୍ଷ ଅନେକ ତାରକାଙ୍କୁ ହରାଇଛି ।

ଚଳଚ୍ଚିତ୍ର ନିର୍ମାତା ପରବେଶ ସି ମେହେରାଙ୍କ ବ୍ୟତୀତ ବଲିଉଡରେ ଚଳିତ ବର୍ଷ ଋିଷି କପୁର, ଇରଫାନ୍ ଖାନ୍, ୱାଜିଦ୍ ଖାନ୍, ସରୋଜ ଖାନ୍, ସୁଶାନ୍ତ ସିଂ ରାଜପୁତଙ୍କ ପରି ଅନେକ ବଡ ଅଭିନେତାଙ୍କର ଦେହାନ୍ତ ହୋଇଛି । କେବଳ ଏତିକି ନୁହେଁ, ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ଚଳିତ ବର୍ଷ ଦୁନିଆରୁ ବିଦାୟ ନେଇଛନ୍ତି । ଉଭୟ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏହି ବର୍ଷ କଳାବର୍ଷ ଭାବେ ପରିଗଣିତ ହୋଇଛି ।

   Related Posts