ବିଶ୍ବ ରେକର୍ଡ଼ କରିଥିଲା ମଇଁଷି ,କିନ୍ତୁ ଭୟରେ ବିକିଦେଲା ମାଲିକ : କାରଣ ଥିଲା ଏପରି

Published By : Prameya-News7 Bureau | February 29, 2020 IST

ହିସାର ୨୯/୨: କ୍ଷୀର ଦେବାରେ ଓ୍ବାଲର୍ଡ଼ ରେକର୍ଡ଼ କରିଥିବା ମଇଁଷି ସରସ୍ବତୀକୁ ୫୧ଲକ୍ଷ ଟଙ୍କାରେ ବିକ୍ରି କରି ଦିଆଯାଇଛି। ପେଶାରେ ଚାଷୀ ଥିବା ସୁଖବୀର କହିଥିଲେ ଯେ ଏହି ମଇଁଷିକୁ ସେ ଏଥିପାଇଁ ବିକ୍ରି କରି ଦେଇଥିଲେ କାରଣ ତାଙ୍କୁ ଚୋରି ହୋଇଯିବାର ଡର ଥିଲା। ଯାହା ଫଳରେ ଏହା ସବୁଠୁ ଭଲ ଉପାୟ ଥିଲା।

ଏହି ମଇଁଷି ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସେ ୩୩.୧୩୧କିଲୋଗ୍ରାମର କ୍ଷୀର ଦେଇ ଓ୍ବାର୍ଲଡ ରେକର୍ଡ଼ କରିଥିଲା। ସେ ୩୨.୦୫୦କିଲୋଗ୍ରାମ୍ କ୍ଷୀର ଦେଉଥିବା ପାକିସ୍ତାନୀ ମଇଁଷିକୁ ହରାଇଥିଲା। କେବଳ ଏତିକି ନୁହେଁ ବିଜେତା ମଇଁଷିର ମାଲିକ ସୁଖବୀରଙ୍କୁ ଦୁଇ ଲକ୍ଷ ଟଙ୍କାର ଉପହାର ଦିଆଯାଇଥିଲା।

ସୂଚନା ଅନୁଯାୟୀ ପାଖାପାଖି ୪ବର୍ଷ ପୂର୍ବରୁ ଚାଷୀ ସୁଖବୀର ସରସ୍ବତୀକୁ ବରବାଲାର ଖୋଖା ଗାଁରେ ରହୁଥିବା ଚାଷୀଠୁ କିଣିଥିଲେ। ଏହା ପରେ ସରସ୍ବତୀ ଅନେକ ସନ୍ତାନ ପ୍ରସବ କରିଥିଲା। ତେଣୁ ସୁଖବୀର ମଇଁଷିର କ୍ଷୀର ଏବଂ ସିମନ ବିକ୍ରି କରି ମାସକରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ।

ସରସ୍ବତୀ ବିଶ୍ବ ରେକର୍ଡ଼ ଭାଙ୍ଗିଥିବା ମଇଁଷି ଅଟେ। ଏଥିପାଇଁ ଏହାକୁ ବିକ୍ରି କରିବା ପାଇଁ ସମାରୋହର ଆୟୋଜନ କରାଯାଇ ବିଭିନ୍ନ ସ୍ଥାନରୁ ଚାଷୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ସମାରୋହରେ ରାଜସ୍ଥାନ,ୟୁପି,ପଞ୍ଜାବରୁ ପାଖାପାଖି ୭୦୦ଜଣ ଚାଷୀ ସାମିଲ ହୋଇଥିଲେ। ସରସ୍ବତୀ ଉପରେ ସବୁଠୁ ଅଧିକ ନିଲାମ ଡାକିଥିବା ଲୁଧିୟାନାର ପବିତ୍ର ସିଂହ ୫୧ଲକ୍ଷ ଟଙ୍କାରେ ଏହାକୁ କିଣିଥିଲେ।

{"id":230799,"width":591,"height":389,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.