କୋଟା ରିଭର ଫ୍ରଣ୍ଟରେ ବଡ଼ ଦୁର୍ଘଟଣା, ୩୫ ଫୁଟ ତଳକୁ ଖସିପଡିଲେ ଇଞ୍ଜିନିୟର, ଶ୍ରମିକ ମୃତ

Published By : Prameya-News7 Bureau | November 19, 2023 IST

କୋଟା ୧୯।୧୧: କୋଟା ରିଭରଫ୍ରଣ୍ଟରେ ରବିବାର ଚର୍ଚ୍ଚିତ ତଥା ବିବାଦସ୍ପଦ ଘଣ୍ଟା ଖୋଲାଯିବା ବେଳେ ଦୁର୍ଘଟଣା ଘଟିଛି। ଏହି ଘଣ୍ଟାକୁ ଲଗାଇବାକୁ ଆସିଥିବା ଇଞ୍ଜିନିୟର ୩୫ ଫୁଟ ତଳକୁ ଖସି ପଡିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହ ଖସିପଡିଥିବା ଜଣେ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। କୋଟା ନଗର ବିକାଶ ଟ୍ରଷ୍ଟ ପକ୍ଷରୁ କମଲ ମିଣା ସୂଚନା ଦେଇ କହିଛନ୍ତି ଯେ ରିଭରଫ୍ରଣ୍ଟରେ ବିଶ୍ୱର ସର୍ବ ବୃହତ୍ତ ଘଣ୍ଟା ନିର୍ମାଣ କରାଯାଇଥିଲା।

{"id":871958,"width":838,"height":629,"sizeSlug":"full","linkDestination":"none"}

ଏହି ଘଣ୍ଟାର ଓଜନ ୭୯୦୦୦ କେଜି ହୋଇଥିବା ବେଳେ ଏହାକୁ ବିଶେଷ ଜ୍ଞାନ କୌଶଳରେ ତିଆରି କରାଯାଇଥିଲା। ଗତ କିଛି ସମୟ ହେଲା ଘଣ୍ଟାକୁ ମୋଲ୍ଡ ବାକ୍ସରେ ପ୍ୟାକ୍‌ କରି ରଖାଯାଇଥିଲା। ଆଜି ଘଣ୍ଟାକୁ ବାକ୍ସରୁ କାଢି ସ୍ଥାପିତ କରାଯିବା ସହ ବ୍ୟବହାର କରାଯିବାର ଥିଲା। ଏଥି ପାଇଁ ଇଞ୍ଜିନିୟର ଦେବେନ୍ଦ୍ର ଆର୍ଯ୍ୟ ତାଙ୍କ ଟିମ୍‌ ସହ କୋଟା ପହଞ୍ଚିଥିଲେ। ସେ ଘଣ୍ଟାକୁ ମୋଲ୍ଡ ବାକ୍ସରୁ ବାହାର କରିବା ପାଇଁ ୩୫ ଫୁଟ ଉପରକୁ ଚଢିଥିବା ବେଳେ ଅଚାନକ ଖସି ପଡିଥିଲେ।

{"id":871959,"sizeSlug":"full","linkDestination":"none"}

ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ପୋଲିସ ତାଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ କରିବା ପାଇଁ ଏମଭିଏସ ହସ୍ପିଟାଲକୁ ପଠାଇଛି। ଉଲ୍ଲେଖଯୋଗ୍ୟ ଯେ କୋଟା ରିଭର ଫ୍ରଣ୍ଟରେ ବିଶ୍ୱର ସବୁଠୁ ବଡ଼ ଘଣ୍ଟା ଲଗାଯିବ ବୋଲି ଦାବି କରାଯାଉଥିଲା। ୭୯୦୦୦ କେଜି ଓଜନର ଘଣ୍ଟାକୁ ଦୀର୍ଘ ଉଦ୍ୟମ ପରେ ନିର୍ମାଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.