ମୁମ୍ବାଇ ୨୦।୦୭ : ମନୋରଞ୍ଜନ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ମିକା ସିଂ ବର୍ତ୍ତମାନ ତାଙ୍କ ପାଇଁ କନିଆ ଖୋଜିବାରେ ବ୍ୟସ୍ତ ଅଛନ୍ତି। ମିକାଙ୍କ ସ୍ଵୟଂମବର ଦୀର୍ଘ ସମୟ ଧରି ଚାଲିଆସୁଛି । ବିଭିନ୍ନ ସ୍ଥାନରୁ ଭିନ୍ନ ଝିଅମାନେ ଆସିଥିଲେ। ହେଲେ ଏବେ କନିଆ ଖୋଜିବାର ଅଭିଯାନ ଶେଷ ହୋଇଛି । ଏହି ସମୟରେ ଜଣେ ଅଭିନେତ୍ରୀ ମିକାଙ୍କ ହୃଦୟ ଜିତିଛନ୍ତି। ସସସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆକାଂକ୍ଷା ପୁରୀ ଜିତିଛନ୍ତି ଏହି ଟାଇଟଲ୍।
wp:html/wp:html
ସେ ହେଉଛନ୍ତି ବିଗ୍ ବସ୍-୧୩ର ପୂର୍ବତନ ପ୍ରତିଯୋଗୀ ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀ। ଆକାଂକ୍ଷା 'ମିକା ଦି ଭୋଟି'ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଟପ୍-୩ରେ ପହଞ୍ଚିଥିଲେ। ଏହି ସମୟରେ ଖବର ଆସିଥିଲା କି ମିକା ତାଙ୍କୁ ପୂର୍ବରୁ ଜାଣିଥିଲେ । ସେ ତାଙ୍କର ଦୀର୍ଘଦିନର ବନ୍ଧୁ । ବର୍ତ୍ତମାନ ମିକା ତାଙ୍କୁ ଜୀବନସାଥୀ ଭାବରେ ନିଜ ପାଇଁ ବାଛିଛନ୍ତି ।
ଆକାଂକ୍ଷା ପୁରୀ ସେଠାରେ ଅନେକ ପ୍ରତିଯୋଗୀଙ୍କୁ ଟକ୍କର ଦେଇ ମିକା ଡି ଭୋଟି ଟାଇଟଲ୍ ହାସଲ କରିଛନ୍ତି। ପୂର୍ବରୁ ସୂଚନା ମିଳିଥିଲା କି ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ ଏ ବିଷୟରେ ପଚରାଯିବାରୁ ଆକାଂକ୍ଷା ଏହାକୁ ସ୍ବିକାର କରି ନଥିଲେ। ତେବେ ଆକାଂକ୍ଷା ପୁରୀ ଏବଂ ମିକା ସିଂ ବିବାହ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।