ନାବାଳିକାକୁ ଉଦ୍ଧାର ପାଇଁ ଧାରଣା, ଅପହରଣର ୩ ମାସ ପରେ ମିଳୁନି ପତ୍ତା

Published By : Prameya-News7 Bureau | November 30, 2023 IST

ଭଦ୍ରକ ୩୦/୧୧: ନାବାଳିକା ଝିଅ ଅପହରଣକୁ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଉଦ୍ଧାର କରୁନାହିଁ । ଭଦ୍ରକ ସହରାଞ୍ଚଳ ପୋଲିସ ଖୋଜିବାରେ ବିଳମ୍ଭ କରୁଥିବାର ଅଭିଯୋଗ ନେଇ ନାବାଳିକା ପରିବାରଙ୍କ ପକ୍ଷରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି ।

ସୂଚନାଥାଉକି, ଭଦ୍ରକ ସହରର ଏଲଖା ଅଞ୍ଚଳରେ ଦୀର୍ଘ ୨୦ ବର୍ଷ ଧରି ଭଡାରେ ରହୁଥିବା ଶ୍ରୀକାନ୍ତ ମଲ୍ଲିକଙ୍କ ୧୬ ବର୍ଷର ନାବାଳିକା ଝିଅକୁ ଗତ ୧୦ ତାରିଖରୁ ବିଶ୍ୱଜିତ ମହାନ୍ତି ନାମକ ଯୁବକ ତାଙ୍କୁ ଅପହରଣ କରି ନେଇଛି ବୋଲି କହିଛନ୍ତି ପରିବାର । ଏହି ଅପହରଣ ଘଟଣାକୁ ନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

wp:embed {"url":"https://www.prameyanews7.com/hyva-hits-scooty-one-died-another-injured-in-kisannagar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hyva-hits-scooty-one-died-another-injured-in-kisannagar/
/wp:embed

ଘଟଣାକୁ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ମୋ ଝିଅକୁ ଖୋଜି ଆଣି ଦେଉ ନାହାନ୍ତି ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ପୋଲିସ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ନ୍ୟାୟ ଦିଆଯାଉ ବୋଲି ଝିଅର ପରିବାର ଲୋକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.