କାଶ୍ମୀର ମୁସଲମାନ ହୋଇଥିବାରୁ ସେମାନଙ୍କୁ ଗିରଫ କରାଯାଇଛି: ପରିବାର

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୩:  ଯେହେତୁ ସେମାନେ କାଶ୍ମୀର ମୁସଲମାନ ତେହେତୁ ସେମାନଙ୍କୁ ଇସ୍ଲାମିକ୍ ଷ୍ଟେଟ୍ ସମ୍ପର୍କ ଓ ସିଏଏ ବିରୋଧୀ କହି ଗିରଫ କରାଯାଇଛି। ଏହା କହିଛନ୍ତି ଦିଲ୍ଲୀ ଶାହିନବାଗ୍‌ରେ ଲୋକଙ୍କୁ ଉସକାଇବା ଅଭିଯୋଗରେ ଗିରଫ ହୋଇଥିବା   ଜାହାନଜୀବ ସାମୀ ଓ ତାଙ୍କ ପତ୍ନୀ ହିନାଙ୍କ ପରିବାର। ଏଠାରେ ରହୁଥିବା ସାମୀଙ୍କ ଭଉଣୀ ସେରିଶ ସାମି କହିଛନ୍ତି ସେମାନେ କାମ ଦାମ କରୁଥିବା ଲୋକେ ପେଟପାଟଣା ଲାଗି କାମ କରିବାକୁ ଦିଲ୍ଲୀ ଆସିଥିଲେ।  ନା ସିଏଏରେ ଆମର ଆଗ୍ରହ ଅଛି ନା ଆଇଏସ୍ କ'ଣ ଆମେ ଜାଣିଛୁ ବୋଲି ସେ କହିଛନ୍ତି।

{"id":236144,"sizeSlug":"large"}

ଏପରିକି ଆମର କାଶ୍ମୀର ପ୍ରସଙ୍ଗରେ ବି କୌଣସି ଆଗ୍ରହ ନାହିଁ ବୋଲି ସେହାରିଶ କହିଛନ୍ତି। ଯଦି ସେଭଳି କୌଣସି ଗତିବିଧି ସହ ଆମର ସମ୍ପର୍କ ଥାଆନ୍ତା ତେବେ ଆମ ପିଲାମାନେ ଚାକିରୀ କାହିଁକି କରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି।   ତେବେ ଦିଲ୍ଲୀ ପୋଲିସ ସ୍ପେଶିଆଲ ସେଲ ଡିସିପି ପ୍ରମୋଦ କୁମାର କୁଶୱାହ ସେମାନଙ୍କର ସୋସିଆଲ ସାଇଟ୍ ଟେଲିଗ୍ରାମ, ଫେସ୍‌ବୁକ୍, ଥ୍ରୀମା, ସିୟୋରସ୍ପଟ, ଇଂଷ୍ଟା ଓ ଟ୍ୱିଟରରେ ସେମାନଙ୍କର ଅନେକ ଆକାଉଣ୍ଟ ଥିବା କହିଥିଲେ। ଯାହା ଦ୍ୱାରା ସେମାନେ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଚି କରିବା ଭଳି ପୋଷ୍ଟ ସବୁ କରୁଥିବାର ଜଣାପଡିଥିବା କହିଥିଲେ।

{"id":236145,"width":580,"height":423,"sizeSlug":"large"}

ତେବେ ଗିରଫ ଯୁବକଙ୍କ ମା ମେହଜବିନ ବେଗମ ତାଙ୍କ ପୁଅ କି ବୋହୁ କେବେ କୌଣସି ସନ୍ଦିଗ୍ଧ ଗତିବିଧିରେ ଜଡିତ ନଥିବା କହିଥିବା ବେଳେ  ପୁଅର ଦାଢି ଥିବା ଓ ବୋହୂ ବୁର୍ଖାରେ ରହୁଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିବା ଅଭିଯୋଗ କରିଛନ୍ତି। ତେବେ ଇତିମଧ୍ୟରେ ସାମି ଓ ତାଙ୍କ ପତ୍ନୀଙ୍କ ପିତାମାନେ ଦିଲ୍ଲୀ ପହଞ୍ଚି ସାରିଥିବା ବେଳେ ସେମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

{"id":236146,"sizeSlug":"large"}

ସାମି ବିଟେକ୍ ପଢିଥିବା ବେଳେ ଏମବିଏ ଉତୀର୍ଣ୍ଣ ହୋଇ ଶ୍ରୀନଗରସ୍ଥିତ ବ୍ରିଟେନର ଏକ ଆଇଟି କମ୍ପାନୀରେ କାମ କରନ୍ତି। ତେବେ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ବନ୍ଦ ହେବା ଯୋଗୁ କମ୍ପାନୀ ସେମାନଙ୍କୁ ଦିଲ୍ଲୀରେ ଆଣି କାମ ଦେଇଥିଲା। ଗତ ଅକ୍ଟୋବରରେ ସାମୀ ହିନା ବେଗଙ୍କୁ ବିବାହ କରିଥିଲା। ହିନା ଫିନାନ୍ସରେ ଏମବିଏ କରିଛି। କାଶ୍ମୀରରେ ସାମିଙ୍କ ପିତା ଏକ କାରଖାନା ଚଳାଉଥିବା ବେଳେ ମା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.