Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ଫ୍ରଡ୍ ଫ୍ୟାମିଲି ଫେରାର, ବିଭିନ୍ନ ଆଳ ଦେଖାଇ ଲୋକଙ୍କଠୁ କରିଥିଲେ ଧାର କରଜ

6/06/2019 at 12:11 PM

ଭବାନୀପାଟଣା ୬|୬: ପଞ୍ଜାବରୁ ଆସି ଭବାନୀପାଟଣା ସହରରେ  ରହୁଥିବା  ଏକ ପରିବାର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ଫେରାର ହୋଇଯାଇଛନ୍ତି । ତେଣୁ ଟଙ୍କା ହରାଇଥିବା ମହିଳାମାନେ କଳାହାଣ୍ଡି ଏସପିଙ୍କୁ ଭେଟି ଚାରଶୋ ବିଶ୍ ଫ୍ୟାମିଲିକୁ ଖୋଜି ବାହାର କରିବାକୁ ନିବେଦନ କରିଛନ୍ତି । 

ଗତ ୨୫ବର୍ଷ ହେବ ପଞ୍ଜାବରୁ ରଞ୍ଜିତ କୌର ତାଙ୍କ ଝିଅ ଲପପ୍ରୀତ କୌର ଓ ପୁଅ ସୁଖେଦବ ସିଂ  ଭବାନୀପାଟଣା ସହର ବାହାଦୁର ବଗିଚାପଡାରେ ରହି ଆସୁଥିଲେ । ତେବେ ଉତ୍ତମ ସଂପର୍କକୁ ଆଧାର କରି ବିଭିନ୍ନ ଏସଏଚଜି, ବ୍ୟାଙ୍କ କରଜ, ସୁଧରେ ଟଙ୍କା , ସ୍ବାମୀଙ୍କ ଚିକିତ୍ସା ଆଳରେ ୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ମାରିଛନ୍ତି । ବିଶେଷକରି ଏହି ଠକେଇର ଶୀକାର ମହିଳାମାନେ ହୋଇଛନ୍ତି ।

ଗତ ୨୯ ତାରିଖରୁ ଭଡା ଘର ଛାଡି ଫେରାର ପରେ ଠକେଇ ମାମଲା ସମ୍ନାକୁ ଆସିଛି । ଏହି ପରିବାର ସ୍ଥାନୀୟ ଆଧାର କାର୍ଡ, ଭୋଟର ଆଇଡି କାର୍ଡ କରିଥିବା ବେଳେ ବ୍ୟାଙ୍କ ଓ ଏସଏଚଜି ଗ୍ରୁପରେ ଏହି ଦସ୍ତାବେଜ ମାଧ୍ୟମରେ ଋଣ କରିନେଇଛନ୍ତି ।

ସେପଟେ ଭବାନୀପାଟଣା ଟାଉନ ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

   Related Posts