ଭଦ୍ରକ ୦୮।୧୨ : ନ୍ୟାୟ ପାଇଁ ଏସ୍ପି ଅଫିସ ଆଗରେ ପରିବାରର ଧାରଣ । ଦୁଇ ମାସ ତଳେ ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ଗାଁରେ ହୋଇଥିବା ମରଣାନ୍ତ୍ରକ ଆକ୍ରମଣ ଘଟଣାରେ ନ୍ୟାୟ ଦାବିରେ ପରିବାର ଲୋକଙ୍କ ଧାରଣା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍ପି ଅଫିସ ସାମ୍ନାରେ ଧାରଣା ।
ଅନନ୍ତ ମଲ୍ଲିକଙ୍କ ଝିଅଙ୍କ ଅଭିଯୋଗ ଅନୁଯାୟୀ, ଦେଢମାସ ତଳେ ତାଙ୍କୁ ପଡୋଶୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ସେ ପାଟି କରିବାରୁ ତାଙ୍କ ବାପା ଅଟକାଇବାକୁ ଯାଉଥିଲେ। ସେହି ସମୟରେ ଦୁବ୍ୟବହାରକାରୀ ସହ ୪ ଜଣ ମିଶି ଅନନ୍ତଙ୍କୁ ଲୁହା ରଡ୍ ଓ ଅନ୍ୟ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇଥିଲେ। ଏନେଇ ପୀରହାଟ ଥାନାରେ ଅଭିଯୋଗ କରାଯାଇଛି। ଏହି ମାମଲାରେ ପୁଲିସ ଜଣକୁ ଗିରଫ କରି ବସିଥିବାରୁ ଅନନ୍ତଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ପରିବାର ଲୋକେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।