ପାଞ୍ଚ ବର୍ଷ ପରେ ରହସ୍ୟଘେରରେ ବିଲେନିୟର ଦମ୍ପତ୍ତିଙ୍କ ହତ୍ୟା, ହତ୍ୟାକାରୀକୁ ଧରିଲେ ମିଳିବ ୨୮୦ କୋଟି ଟଙ୍କା

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ୨୦୧୭ ଡିସେମ୍ୱର ୧୫ରେ କାନାଡାର ସବୁଠୁ ଧନୀ ପରିବାର ଭାବେ ପରିଚିତ ବେରୀ ଶର୍ମନ ଏବଂ ତାଙ୍କ ପତ୍ନୀଙ୍କ ରହସ୍ୟମୟ ଢଙ୍ଗରେ ହତ୍ୟା କରାଯାଇଥିଲା । ସେ ନିଜ ଘରେ ଚୌକିରେ ବେଲ୍ଟରେ ବନ୍ଦା ହୋଇଥିବା ଅବସ୍ଥାରେ ମୃତ ଉଦ୍ଧାର ହୋଇଥିଲେ । ଏହି ବିଲେନିୟର ଦମ୍ପତ୍ତିଙ୍କ ହତ୍ୟା ରହସ୍ୟ ଉପରୁ ପରଦା ଉଠିପାରିନି । ମିଡିଆ ରିପୋର୍ଟ ଅନୁସାରେ ଘଟଣାର ପାଞ୍ଚ ବର୍ଷ ପରେ ପରିବାର ଲୋକେ ଏହି ରହସ୍ୟମୟ ହତ୍ୟା ଉପରୁ ପରଦା ଉଠାଇବା ପାଇଁ ସର୍ବାଜନୀନ ଘୋଷଣା କରିଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ ହତ୍ୟାର ପର୍ଦ୍ଦାଫାସ କରି ହତ୍ୟାକାରୀକୁ ଧରିବା ବ୍ୟକ୍ତିକୁ ୩୫ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୮୦ କୋଟି ଟଙ୍କାର ଦିଆଯିବ ।

କାନାଡାର ସବୁଠୁ ଧନୀ ଦମ୍ପତ୍ତି ଏବଂ ଆପଟେକ୍ସର ପ୍ରତିଷ୍ଠାତା ୭୫ ବର୍ଷୀୟ ବେରୀ ଶର୍ମନ ଏବଂ ତାଙ୍କ ପତ୍ନୀ ହନୀ(୭୦)ଙ୍କ ମୃତ ଶରୀର ତାଙ୍କ ଘରୁ ୨୦୧୭ ଅଗଷ୍ଟ ୧୫ରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଫୋନ କରି ପୋଲିସକୁ ଏହି ସୂଚନା ଦେଇଥିଲେ । ତେବେ ଘଟଣା ସମୟରେ ମୃତ ଦୁଇ ଜଣ ବିଲେୟନର ଦମ୍ପତ୍ତି ବୋଲି କେହି ଜାଣି ନଥିଲେ । ପରେ ମୃତ ବ୍ୟକ୍ତି ବେରୀ ଶର୍ମନ ଏବଂ ତାଙ୍କ ପତ୍ନୀ ବୋଲି ସ୍ପଷ୍ଟ କରାଯାଇଥିଲା । ତେବେ ତଦନ୍ତ ସମୟରେ ପୋଲିସ ଦୁହିଁଙ୍କ ମୃତ୍ୟୁ କାରଣ ଏବଂ ସମୟ ମଧ୍ୟ କହିବାକୁ ମନା କରିଥିଲା।

ବେରୀ ଶର୍ମନ ଏବଂ ତାଙ୍କ ପତ୍ନୀଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ଏଥିରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ସାମିଲ ହୋଇଥିଲେ । ଟୋରୋଣ୍ଟ ପୋଲିସ ପ୍ରଥମେ ଏହାକୁ ହତ୍ୟା ଏବଂ ପରେ ଆତ୍ମହତ୍ୟା ବୋଲି କହିଥିଲା । ତଣ୍ଟି ଚିପା ଯୋଗୁଁ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ପୋଲିସ ନିଜ ତଦନ୍ତରେ ଦାବି କରିଥିବା ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା । କିନ୍ତୁ ଘଟଣାର ପାଞ୍ଚ ବର୍ଷ ପରେ ବି ପୋଲିସ ଏହି ରହସ୍ୟ ଉପରୁ ପରଦା ଉଠାଇ ପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.