ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ପୁଣି ଉତ୍ତେଜନା : ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଆନ୍ଦୋଳନ

Published By : Prameya-News7 Bureau | August 08, 2019 IST

ଅନୁଗୋଳ ୮|୮: ଅନୁଗୋଳ ନାଲକୋ ସ୍ମେଲଟର ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ପୁଣି ଉତ୍ତେଜନା। ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଗତ ୨୩ ତାରିଖରେ ନାଲକୋ କାଷ୍ଟ ହାଉସରେ ୪ ଜଣ ଶ୍ରମିକ ପୋଡି ହୋଇଥିଲେ। ସେଥିମଧ୍ୟରୁ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଆସିଲା ପରେ ଗାଁ ଲୋକ ଏବଂ ପରିବାର ଗେଟ୍ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି । ମୃତ ବ୍ୟକ୍ତି ହେଲେ ବେନ୍ତପୁର ଗାଁର ରଜନୀକାନ୍ତ ପରିଡା। ରଜନୀକାନ୍ତଙ୍କୁ ମିଶାଇ ୪ ଜଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ସାରିଛି।

{"id":142092}

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ମିଥୁନ ନାଥଙ୍କ ମୃତଦେହ ନାଲକୋ ଗେଟ୍ ସାମ୍ନାରେ ରଖି ଆନ୍ଦୋଳନ ଚଳାଇଥିଲେ ଘରଲୋକ । ତାଙ୍କ ପରିବାରର ଜଣଙ୍କୁ ଚାକିରୀ ଆଉ କ୍ଷତିପୂରଣ ବାବଦକୁ ୧୭ ଲକ୍ଷ ଟଙ୍କା ମିଳିଲା ପରେ ଆନ୍ଦୋଳନ ହଟିଥିଲା । ଆଜି ପୁଣିଥରେ ରଜନୀକାନ୍ତଙ୍କ ପରିବାର କ୍ଷତିପୂରଣ ଆଉ ପରିବାରର ଜଣକୁ ଚାକିରୀ ଦାବି କରି ଆନ୍ଦୋଳନ ଆରମ୍ଭ କରିଛନ୍ତି।  କିନ୍ତୁ ରଜନୀକାନ୍ତଙ୍କ ଶବ ଅନୁଗୋଳ ଆସିନାହିଁ। ଶବ କଟକ ବଡ ମେଡିକାଲରେ ରହିଛି।

{"id":142093}

ମୃତ୍ୟୁ ଖବର ପାଇ ପରିବାର ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେବେ ସିଆଇଏସଏଫ ଆନ୍ଦୋଳନକାରୀଙ୍କୁ ହଟିବା ପାଇଁ କହୁଛି । ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନାଲକୋ ପୋଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.