ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସା ପାଇଁ ପରିବାର ପାଖରେ ସମ୍ବଳ ନାହିଁ : ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ପରିବାର ଲୋକେ
25/01/2019 at 5:18 PM

ଖୋର୍ଦ୍ଧା ୨୫|୧: ବିଛଣାରେ ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ପରିବାର ପାଖରେ ସମ୍ବଳ ନାହିଁ । ମାଗିଯାଚି ଯାହା ମା ଘରକୁ ଆଣୁଛନ୍ତି ସେଥିରେ ପୁଅର ରୋଗ ଭଲ କରିବାରେ ଅସର୍ମଥ । ଆଉ ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଖୋର୍ଦ୍ଧ।ମୋଟା ଗାଁର ହାଡିବନ୍ଧୁ ବିଶ୍ବାଳଙ୍କ ପରିବାର ।

ଖୋର୍ଦ୍ଧ। ଗୋଡିପଡା ପଞ୍ଚାୟତ ମୋଟା ଗାଁର ହାଡିବନ୍ଧୁ ବିଶ୍ବାଳ । ପରିବାର ରହିଲେ ୨ ଝିଅ ଓ ଗୋଟିଏ ପୁଅ ଓ ଧର୍ମପତ୍ନୀ ଓ ମା । ବେସ ହସଖୁସିରେ ଚାଲିଥିଲା ପରିବାର । ୨୦୧୮ ଅକ୍ଟୋବର ପରିବାର ଉପରକୁ ହଠାତ୍ ମାଡି ଆସିଲା ଦୁଃଖ । ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ ହାଡିବନ୍ଧୁ । ଏବେ ତାଙ୍କ ଚିକିତ୍ସା ପାଇଁ ପରିବାର ପାଖରେ ସମ୍ବଳ ନାହିଁ । ମା ମାଗି ଯାଚି ଯାହା ଘରକୁ ଆଣୁଛନ୍ତି ସେଥିରେ ପରିବାରର ପେଟ ମଧ୍ୟ ପୁରୁନାହିଁ । ଔଷଧ ଆଣିବାକୁ ଟଙ୍କା ନାହିଁ । ଆଉ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ହାଡିବନ୍ଧୁ ।

ରୋଜଗାରିଆ ପୁଅର ଏଭଳି ଦୁର୍ଦଶା ରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ରୋଗୀଣା ସ୍ବାମୀ ର ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ରଂଜନା ସରକାରଙ୍କୁ ଗୁହାରି କରିଛନ୍ତି । ଏ ନେଇ ଆମେ ଖୋର୍ଦ୍ଧ। ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିଥିଲୁ । ହାଡିବନ୍ଧୁଙ୍କ ଚିକିତ୍ସ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।