scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଣିରେ ବୁଡିଯାଇଥିବା ୨ବର୍ଷର ଶିଶୁକୁ ଡାକ୍ତର ମୃତ ଘୋଷଣା କଲେ : ହେଲେ ପରିବାର ଲୋକେ ଶିଶୁକୁ ବଞ୍ଚାଇବା ପାଇଁ ନେଲେ ଗୁଣିଆର ସାହାରା, ତାପରେ କ’ଣ ହେଲା ଜାଣନ୍ତୁ…

17/08/2019 at 12:20 PM

ମାଲକାନଗିରି(ରଣଜିତ ସାହା)୧୭|୮: ଆଜିର ଦିନରେ ମଣିଷ ଚନ୍ଦ୍ରରେ ପାଦ ରଖି ସାରିଥିବା ବେଳେ । ବିଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ବର ଏକ ନମ୍ବର ହେବାର ଲକ୍ଷ୍ୟ ରଖିଛି । ହେଲେ ଆମେ ସେହି ଭାରତର ମଣିଷ ଯେଉଁଠି ଏଯାଏ ଲୋକଙ୍କ ମନରୁ ଅନ୍ଧ ବିଶ୍ବାସ ଓ କୁ ସଂସ୍କାର ଦୁର ହୋଇ ପାରିନାହିଁ । ଯେଉଥି ଲାଗି ମାଲକାନଗିରି ପରି ପଛୁଆ ଜିଲ୍ଲାରେ ମୃତ ଶିଶୁକୁ ବଞ୍ଚାଇାବା ଲାଗି କରାଯାଉଛି ଗୁଣି ଗାରିଡି । ହେଲେ ଆଜିର ଯୁଗରେ ଏହା ସମ୍ଭବ କି ଆସନ୍ତୁ ଦେଖିବା ଏହି ରିପୋର୍ଟ ।

ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ଜଣେ ମୃତ ଶିଶୁର ଜୀବନ ଫେରାଇ ଆଣିବା ଲାଗି କେମିତି ଚାଲିଛି ଗୁଣିଆଙ୍କ ଚିକିତ୍ସା । ଭୋଲାନାଥଙ୍କ ନାମ ସ୍ମରଣ କରି କେମିତି ମୃତ ଶିଶୁଟିକୁ ମୁଣ୍ଡ ଉପରେ ରଖି ଘିରି ଘିରି ହୋଇ ବୁଲୁଛି ଗୁଣିଆ । ଅନେକ ସମୟ ଧରି ଏମିତି ବୁଲିବା ପରେ ଗୁଣିଆ ମନ୍ତ୍ର ପାଠ କରୁଛି ଓ ଅନ୍ୟ ମାନେ ମୃତ ଶିଶୁଙ୍କ ହାତ ଗୋଡରେ ଶୋରିଷ ତେଲ ଲଗାଇ ଘଷି ଘଷି ଦେହ ଗରମ କରୁଛନ୍ତି । ଆଉ କିଏ ପୁଣି ମୃତ ଶିଶୁର ପାଟି ଭିତରେ ଫୁଙ୍କି ଫୁଙ୍କି ପବନ ଦେବାକୁ ଚେଷ୍ଟା କରୁଛି ।

ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ବାଲିସାଗର ସାହିରେ ରହୁଥିବା ଶଙ୍କର ଓ ରିନା ବିଶ୍ବାସଙ୍କ ଏକ ମାତ୍ର ଦୁଇ ବର୍ଷର ପୁଅ ସମରଦୀପ ଏମ.ଭି.୧୦ ଗ୍ରାମରେ ଥିବା ନିଜ ମାମୁ ଘରକୁ ବୁଲି ଯାଇଥିଲେ । ତେବେ ଛୋଟ ପିଲାଙ୍କ ସହ ନିକଟସ୍ତ ପୋଖରୀକୁ ଚାଲି ଯାଇଥିବା ବେଳେ ସେଠାରେ ପାଣିରେ ବୁଡିଯାଇଥିଲେ ।

ଗାଁ ଲୋକେ ଉଦ୍ଧାର କରି ତୁରନ୍ତ ଜିଲ୍ଲା ସଦର ଚିକିତ୍ସାଳକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଏଥିରେ ପରିବାର ଲୋକଙ୍କ ମନ ମାନିନଥିଲା । ଜଣେ ଗୁଣିଆକୁ ଘରେ ଡାକି ମୃତ ଶିଶୁଟିକୁ ବଞ୍ଚାଇବା ଲାଗି ଆରମ୍ଭ ହୋଇଥିଲା ଉଦ୍ୟମ ।  ହେଲେ ଥରେ ପ୍ରାଣ ହରାଇ ସାରିଥିବା ମଣିଷର ଜୀବନକୁ ଯେ ଆଉ ଫେରାଇ ହେବ ନାହି ତାହାକୁ ସହଜରେ ଗ୍ରହଣ କରିପାରୁ ନଥିଲେ ପରିବାର ଲୋକେ ।

ଏହି ଘଟଣା ଗଟିଥିଲା ରାସ୍ତା ଉପରେ । ଲୋକଙ୍କ ଗହଳି ଭିତରେ ଦିର୍ଘ ସମୟ ଧରି ଗୁଣିଆଙ୍କ ଏପରି ଚିକିତ୍ସା ପରେ ଫଳା ଫଳ ଏଇଆ ହେଲା ଯେ ଗୁଣିଆ ଜଣକ କହିଲେ ମୋର ବିଦ୍ୟା ଫେଲ୍ ମାରିଛି ମୃତ ଶିଶୁଟିକୁ ଆଉ ବଞ୍ଚାଇ ହେବ ନାହିଁ । ବାସ ଗୁଣିଆଙ୍କ ଠାରୁ ଏତିକି କଥା ଶୁଣିବା ପରେ ଘରେ ପଡିଯାଇଥିଲା କାନ୍ଦ ବୋବାଳି ।

ନିଜର ଏକମାତ୍ର ପୁଅକୁ ହାରାଇ ବାପା ମାଆଙ୍କ ଛାତି ଫାଟି ଯାଉଥିବା ବେଳେ । ସଂପର୍କୀୟ ମାନେ ମଧ୍ୟ ଦୁଖଃରେ ଭାଙ୍ଗି ପଡିଥିଲେ । ତେବେ ଏଇଠି ମଧ୍ୟ ପୁଣି ଥରେ ଗୁଣି ଗାରେଡି ଫେଲ୍ ମାରିଥିବା ବେଳେ ଡାକ୍ତିରୀ ବିଦ୍ୟା ହିଁ ପାଶ ହୋଇଛି ।   

ଏଇଠି ଆମେ କାହାକୁ ଦୋଷାରୋପ କରିବାକୁ ଚାହୁଁ ନାହୁଁ । ଆମେ କେବେଳ ଏକିତି କହିବାକୁ ଚାହୁଁଛୁ ଯେ ଧର୍ମ ଓ ଶାସ୍ତ୍ରରେ ସବୁଠି ଉଲ୍ଲେଖ ରହିଛି ଯେ ଜନ୍ମ ହେଲେ  ମୃତ୍ୟୁ ନିଶ୍ଚିତ । ମହାକାଶ ଯାତ୍ରା କରୁଥିବା ଆଜିର ବିଜ୍ଞାନ ମଧ୍ୟ ଏହାକୁ ମାନିଛନ୍ତି । ହେଲେ ଆମ ସମାଜରେ ଏବେବି କାହିଁକି ଏମିତି କୁ ସଂସ୍କାର ଭରି ରହିଛି । କାହିଁକି ଆଧୁନିକ ଯୁଗର ମଣିଷ ଆଜି ମଧ୍ୟ ଅନ୍ଧ ବିଶ୍ବାସ ଛାଡି ବିଜ୍ଞାନକୁ ଗ୍ରହଣ କରିପାରୁନାହିଁ ।

   Related Posts