ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାରଲୋକେ

Published By : Prameya-News7 Bureau | July 22, 2024 IST

ଚଣ୍ଡିଖୋଲ: ମେଡିକାଲରେ ଶିଶୁ ମୃତ୍ୟୁ ଅଭିଯୋଗ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଜାରକା ସ୍ଥିତ ଭୂମିକା ହସ୍ପିଟାଲରେ। ଗତକାଲି ନିଶିମଳା ଅଞ୍ଚଳର ମହିଳା ଶୁଭଶ୍ରୀ ଜେନା, ଭୂମିକା ହସ୍ପିଟାଲକୁ ଚେକଅପ ପାଇଁ ଆସିଥିବାବେଳେ, ମେଡିକାଲର ପ୍ରସୂତି ବିଭାଗ ଡାକ୍ତର ତୁରନ୍ତ ଅପରେସନ କରାଇବା ପାଇଁ କହିଥିଲେ।

ଅପରେସନ ପରେ ମହିଳାଙ୍କ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ମାତ୍ର ରାତିରେ ଶିଶୁଟିର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାତ୍ର ରାତିରେ ଡାକ୍ତର ନଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଆଉ ସୋମବାର ଶିଶୁଟିର ମୃତ୍ୟୁ ହୋଇଯାଇଥିବା କହିଥିଲେ ଡାକ୍ତର। 

ଯାହାପରେ ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ ଚିକିତ୍ସା ଅବହେଳାକୁ ମେଡିକାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.