ବାତ୍ୟାପରେ ଘରଭାଙ୍ଗି ଯାଇଥିବାରୁ ଗୁହାଳ ଘରେ ଗାଈ ବାଛୁରୀଙ୍କ ସହ ରହୁଛନ୍ତି ବେଣୁଧରଙ୍କ ୫ପ୍ରାଣୀ ପରିବାର

Published By : Prameya-News7 Bureau | May 18, 2019 IST

କେନ୍ଦ୍ରାପଡା (ମାତୃଦତ୍ତ ମହାନ୍ତି) ୧୮|୫: ବାତ୍ୟାରେ ଘର ଦ୍ବାର  ଭାଙ୍ଗିଲା । ପାଇଖାନାରେ ରହୁଛନ୍ତି ପୁରା । ୨ ଦିନ ତଳେ କେନ୍ଦ୍ରାପଡ଼ାରୁ ଆମେ ଆପଣଙ୍କୁ ଏମିତି ଏକ ରିପୋର୍ଟ ଦେଖାଇଥିଲୁ । ଏବେ ଦେଖାଇବୁ ଆଉ ଗୋଟିଏ ବାତ୍ୟା ବିପନ୍ନ ପରିବାର ସଂପର୍କରେ । ପୁରା ପରିବାର ଗୁହଳାରେ ଗାଈ ବାଛୁରୀଙ୍କ ସହ ରହୁଛନ୍ତି । କୋର ଗାଁରୁ ଆମର ଏଇ ରିପୋର୍ଟ ।

{"id":113197}

ବାତ୍ୟାରେ ଘର ଗଲା । ଦେଖନ୍ତୁ ଘରର ଛପର ଉଡ଼ି ମାଟିରେ ମିଶିଯାଇଛି । ବାଉଁଶ ଯାହା କେବଳ ପଡ଼ିରହିଛି । ଭାଗ୍ୟକୁ ଗୁହାଳ ଘରର କିଛି କ୍ଷତି ହୋଇନି । କେନ୍ଦ୍ରାପଡ଼ା କୋର ଗାଁ ବେଣୁଧର ଦାସଙ୍କ ପରିବାର ଏଇ ଗୁହାଳରେ ମୁଣ୍ଡ ଗୁଞ୍ଜିଛନ୍ତି  । ବେଣୁଧର, ପୁଅ, ବୋହୂ ଏବଂ ୩ ବର୍ଷର ନାତି ଯୋଉଁଠି ଗାଈ ଏବଂ ଛେଳି ସେଇଠି । ଏଇ ଚାଖଣ୍ଡେ ଜାଗାରେ ରୋଷେଇ, ଖାଇବା, ଶୋଇବା ସବୁକିଛି ଚାଲିଛି । ଗାଈଗୋରୁ ବି ଏଇ ମଳମୂତ୍ର ତ୍ୟାଗ କରୁଛନ୍ତି ।

{"id":113198}

ବେଣୁଧର ଜଣେ ଭୂମିହୀନ | ସରକାରଙ୍କ ଯୋଜନା ଆଧାରରେ ତାଙ୍କୁ କିଛି ଜମି ମିଳିଥିଲା | ସେହି ଜମି ଉପରେ ଇନ୍ଦିରା ଆବାସ ଅଥବା ଅନ୍ୟ କୌଣସି ଯୋଜନାରେ ପକ୍କା ଘରଟିଏ କରିବା ପାଇଁ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି  | ତବେ ବାତ୍ୟାରେ ନିଜ ଛପର ଖଣ୍ଡିକ ଭାଙ୍ଗିଯିବା ପରେ ଏବେ ସ୍ଥିତି ଅସମ୍ଭାଳ |

{"id":113199}

 ଅନ୍ୟପକ୍ଷରେ ଆର୍ଥିକ ସମ୍ବଳ ନଥିବାରୁ ଭାଙ୍ଗି ଯାଇଥିବା ଘରଟିକୁ ମଧ୍ୟ ସଜାଡି ପାରୁନାହାନ୍ତି ବେଣୁଧର | ସରକାରୀ ସହାୟତା ବିନା ପୁନର୍ବାର ଘର ତୋଳିବl ସମ୍ଭବ ନୁହେଁ ବୋଲି ଗାଁ ଲୋକେ କହିଛନ୍ତି |

{"id":113200}

 କୋର ଗାଁର ଅସହାୟ ବେଣୁଧରଙ୍କୁ ପ୍ରଶାସନ ତୁରନ୍ତ ଏକ ପକ୍କା ଘର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.