ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମାଓବାଦୀ ଭୟରେ ପରିବାର ସହ ଗାଁ ଛାଡିଲେ : ପ୍ରଜାକୋର୍ଟରେ ପିଟିଥିଲେ, ଦେଇଥିଲେ ହତ୍ୟା ଧମକ

14/01/2020 at 10:59 AM

ମାଲକାନଗିରି ୧୪।୧: ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ଗୋଟିଏ ଆଦିବାସୀ ପରିବାର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କଟୁଆ ପଦର ଗାଁର ଗଙ୍ଗା ମାଢି ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପ୍ରଜାକୋର୍ଟରେ ନିସ୍ତୁକ ଭାବେ ପିଟିଛନ୍ତି । ଏହାସହ ଭବିଷ୍ୟତରେ ଏପରି କାମ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି ।

ଫଳରେ ଭୟଭୀତ ହୋଇ ଯୁବକଙ୍କ ପରିବାର ନିଜର ଭିଟାମାଟି ଛାଡି ଧାକଡରାଶି ଗାଁରେ ନିଜ ସଂପର୍କୀୟଙ୍କ ଘରେ ଆସି ଆଶ୍ରୟ ନେଇଛନ୍ତି । ପରିବାରର ସୁରକ୍ଷା ଲାଗି ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ଏହି ଆଦିବାସୀ ପରିବାର ।

ତେବେ ଘଟଣା ସଂପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିବା ବେଳେ ମାଲକାନଗିରି ଏସପି କହିଛନ୍ତି ସେମାନଙ୍କ ପାଖରେ ପୋଲିସ ପହଞ୍ଚି ସମସ୍ତ ପ୍ରକାର ସହାୟତା କରିବ ।       

   Related Posts