oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଏବେ ଥାନାରେ ବାହାରିବ ମଜା : ୬ଜଣ ଡାକ୍ତରଖାନା ଯିବା ପରେ ବାହାରିଲା ସତ,ମେଥି ପତ୍ର କହି ଗଞ୍ଜେଇ ତରକାରୀ ଖୁଆଇଥିବା ଯୁବକ ଗିରଫ

1/07/2020 at 4:53 PM

କନ୍ନୌଜ ୧/୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାରେ ଗୋଟିଏ ପରିବାରର ୬ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ଏମାନେ ଗଞ୍ଜେଇ ତରକାରୀ କରି ଖାଇଛନ୍ତି। ସେମାନଙ୍କୁ ଲାଗିଥିଲା ସେମାନେ ମେଥି ତରକାରି ଖାଉଛନ୍ତି। ଶରୀର ଅସୁସ୍ଥ ହେବା ପରେ ପଡ଼ୋଶୀ ଘର ପୋଲିସକୁ ସୂଚନା ଦେଇଥିଲେ। ସେତେବେଳେ ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଞ୍ଜେଇ ଦେବା ଅଭିଯୋଗରେ ପୋଲିସ୍ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ସଦର କୋତଓ୍ବାଲି ଅଞ୍ଚଳର ମିୟାଗଞ୍ଜ ଗାଁରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଥଟ୍ଟାରେ ପୀଡ଼ିତ ପରିବାରକୁ ମେଥି ବଦଳରେ ଗଞ୍ଜେଇ ଦେଇଥିଲେ।

ଗାଁର ନବଲ କିଶୋର ନାମକ ଜଣେ ବ୍ୟକ୍ତି ଓମପ୍ରକାଶଙ୍କ ପରିବାରକୁ ଗଞ୍ଜେଇ ​‌ଦେଇଥିଲେ। ଓମ ପ୍ରକାଶଙ୍କ ପୁଅ ନିତେଶ ଏହି ଗଞ୍ଜେଇ ତାଙ୍କଠୁ ରଖିଥିଲେ। ନଓ୍ବଲ ଏହା ଶୁଖିଲା ମେଥି ବୋଲି ନିତେଶଙ୍କୁ କହିଥିଲେ। ଘରକୁ ନେଇ ତରକାରୀ କରିବାକୁ ମଧ୍ୟ ତାଙ୍କୁ କହିଥିଲେ।

ନିତେଶ ଏହାକୁ ଘରକୁ ଆଣିଥିଲେ ଏବଂ ନିଜ ଭାଉଜଙ୍କୁ ଏହା ଦେଇଥିଲେ। ଘରଲୋକେ ଶୁଖିଲା ମେଥି ଭାବି ତରକାରୀ କରି ଦେଇଥିଲେ। ତରକାରୀ ଖାଇବା ପରେ ଓମପ୍ରକାଶ,ନିତେଶ,ମନୋଜ,କମଳେଶ,ପିଙ୍କି ଏବଂ ଆରତୀ ଅସୁସ୍ଥ ହୋଇଯାଇଥିଲେ।

ଏହା ପରେ ଓମପ୍ରକାଶଙ୍କ ପରିବାରର କେହି ଜଣେ ପଡ଼ୋଶୀଙ୍କୁ ପୋଲିସକୁ ଜଣାଇ ଦେବା ପାଇଁ କହିଥିଲେ। ଏହା ପରେ ସମସ୍ତେ ବେହୋସ୍ ହୋଇ ଯାଇଥିଲେ। ପଡ଼ୋଶୀଙ୍କ ସୂଚନା ପାଇ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚିଥିଲା।

ପୋଲିସ୍ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ପୋଲିସ୍ କଡ଼େଇରେ ଥିବା ତରକାରି ଏବଂ ରୋଷେଇ ହୋଇନଥିବା ଗଞ୍ଜେଇ ଜବତ କରିଛି। ଏହା ପରେ ପୋଲିସ୍ ନବଲ କିଶୋରକୁ ଅଟକ ରଖିଛି।

   Related Posts