ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ, ଫେରାର ବେଳେ ଜହ୍ଲାଦକୁ କାବୁକଲେ ଗ୍ରାମବାସୀ

Published By : Prameya-News7 Bureau | July 04, 2023 IST

ଟିଟିଲାଗଡ ୪୭: ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀର ମୃତ୍ୟୁ । କପା ଲଗାଇବାକୁ ଯିବାବେଳେ ଘଟିଛି ଅଘଟଣ । ପାରିବାରିକ କଳହ ଯୋଗୁଁ ସ୍ବାମୀକୁ ଫାଉଡ଼ାରେ ମାରିଲା ସ୍ତ୍ରୀ । ସ୍ତ୍ରୀକୁ ମାରିଲା ପରେ ଜହ୍ଲାଦ ସ୍ୱାମୀ ଫେରାର ବେଳେ ଧରିଲେ ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ସ୍ତ୍ରୀକୁ ମାରିଲା ପରେ ଫେରାର ମାରୁଥିଲା ଜହ୍ଲାଦ ସ୍ୱାମୀ l ଗାଁ ଲୋକ କାବୁ କରି ଟିକ୍ରାପଡା ଥାନାରେ ଜିମାଦେଲେ l ମୃତକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଥାନା ଝରବାହାଲି ଗାଁର ବବି କଅଁର । ଜଲ୍ଲାଦ ସ୍ୱାମୀ ହେଲେ ଲମ୍ବୋଦର ନାଏକ l ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ଫାଉଡ଼ାରେ ମାରିଛନ୍ତି ସ୍ବାମୀ । ବବି କଅଁରଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମୃତ ଘୋଷଣା କଲେ ଡାକ୍ତର ।

You Can Read :

wp:embed {"url":"https://www.prameyanews7.com/five-tourists-rescued-from-puri-sea-beach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/five-tourists-rescued-from-puri-sea-beach/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.