ନୂଆଁ ଫାସୁଳାରେ ପାରିବାରିକ କଳହରୁ ଲଙ୍କାକାଣ୍ଡ: ପୋଲିସ ଗାଡ଼ି ଉପରକୁ ବୋମାମାଡ, ଜଣେ ଗିରଫ

Published By : Prameya-News7 Bureau | March 02, 2024 IST

ଖଲ୍ଲିକୋଟ ୦୨/୦୩: ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଳା ଗ୍ରାମରେ ଉଗ୍ରରୂପ ନେଲା ପାରିବାରିକ କଳହ । ଝଗଡାରୁ ପୋଲିସ ଗାଡ଼ି ଉପରକୁ ବୋମାମାଡ । ଏହି ଘଟଣାରେ ପୋଲିସ ୫ ଅଫୁଟା ବୋମା ଉଦ୍ଧାର କରିବା ସହ ପୋଲିସ ଜି. ଜୟ ରାଉଳଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନୂଆଁ ଫାସୁଳା ଗ୍ରାମର ଜି. ଜୟ ରାଉଳଙ୍କ ଘରେ ଭାଇ ଭଉଣୀଙ୍କ ମଧ୍ୟରେ ନିୟମିତ ଝଗଡା ଲାଗେ । ତେବେ ଝଗଡା ଉଗ୍ର ରୂପ ନେଇଥିଲା । ଯାହାକୁ ନେଇ ଭାଇ କାଳିଆ ରାଉଳ ଭଉଣୀକୁ ନିର୍ଦ୍ଧୁମ ମାଡ଼ ମାରିଥିଲା । ଏହା ଦେଖି ଭଉଣୀ ଘର ସହାୟତା ପାଇଁ ୧୧୨କୁ ମୋବାଇଲ ଫୋନରେ କଲ କରିଥିଲେ ।

ଫୋନ୍ କଲରେ ଅଭିଯୋଗ ପାଇ ଖଲ୍ଲିକୋଟ ପୋଲିସ ଟିମ ନୂଆଁ ଫାସୁଳା ଗ୍ରାମରେ ତୁରନ୍ତ ପହଞ୍ଚି ଥିଲେ । ତେବେ ପୋଲିସ ଘର ସାମନାରେ ଗାଡ଼ି ରଖି ଅଭିଯୋଗ ସମ୍ପର୍କରେ ପଚାରି ବୁଝିବା ବେଳେ ଅଭିଯୁକ୍ତ ଙ୍କ ପୁଅ କାଳିଆ ରାଉଳ ପୋଲିସ ଗାଡ଼ି କୁ ଲକ୍ଷ୍ୟ କରି ବୋମାମାଡ କରିଥିଲା । ଲଗାତାର ୪ ଟି ବୋମା ବିସ୍ଫୋରଣ ହେବାରୁ ଭୟଭୀତ ହୋଇ ପୋଲିସ ଟିମ୍ ସେଠାରୁ ପଳାଇ ଆସିଥିଲେ । ପରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ବମ ସ୍କ୍ୱାର୍ଡ ସହ ନୂଆଁ ଫାସୁଳା ଗ୍ରାମରେ ପହଞ୍ଚିଥିଲେ ।

wp:embed {"url":"https://www.prameyanews7.com/tiger-fear-of-in-sanghakuda-block-alugumu-retreat/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tiger-fear-of-in-sanghakuda-block-alugumu-retreat/
/wp:embed

ଜି. ଜୟ ରାଉଳଙ୍କ ଘର ଭିତରେ ଖୋଜାଖୋଜି କରିବା ପରେ ବାରିପଟୁ ୫ ଗୋଟି ଜୀବନ୍ତ ବୋମା ଉଦ୍ଧାର କରିଥିଲେ ଏବଂ ବେଆଇନ ବୋମା ଘରେ ରଖିଥିବାରୁ ପୋଲିସ ଜି. ଜୟ ରାଉଳଙ୍କୁ ଗିରଫ କରିଥିଲା | ଏହାସହ ଅନ୍ୟପଟେ ପୋଲିସ ଉପରକୁ ବୋମାମାଡ କରିଥିବା ଅଭିଯୁକ୍ତ ପୁଅ କାଳିଆ ରାଉଳ ଫେରାର ହୋଇ ଯାଇଥିବା ବେଳେ ତାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.