ଡକାୟତକୁ ଧରିବାକୁ ଗୁଣିଆ ଉପରେ ଭରସା, ଗାଁରେ ବୁଲିଲା ଖଟ

Published By : Prameya-News7 Bureau | January 18, 2020 IST

କଳାହାଣ୍ଡି ୧୮।୧: ପୋଲିସ ଉପରୁ ତୁଟିଲା ବିଶ୍ବାସ । ଆଉ ଶେଷରେ ଡକାୟତଙ୍କୁ ଖୋଜିବାକୁ ଗୁଣିଗାରେଡିର ସାହାରା ନେଲେ ବ୍ୟବସାୟୀ ପରିବାର । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ।

{"id":212799,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଆଁରୀପାଲି ଗାଁରେ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ୬ ଲକ୍ଷ ଟଙ୍କା ଡାକାୟତି କରିଥିଲେ । ଘଟଣାକୁ ଚାରି ଦିନ ବିତିଯାଇଥିଲେ ବି ପୋଲିସ ଦୁର୍ବୃତ୍ତଙ୍କ ଟେର ପାଉ ନାହିଁ । ଫଳରେ ବ୍ୟବସାୟୀ ପରିବାର ଗୁଣିଆ ଉପରେ ବିଶ୍ବାସ ଦେଖାଇ ଖଟ ବୁଲାଇଛନ୍ତି । ଯାହା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.