କରୋନାର ପ୍ରମାଣ ନଥିଲା, ସନ୍ଦେହ ଭାଙ୍ଗିଦେଲା ବାପ-ପୁଅର ସଂପର୍କ ! ଭୟରେ ହସ୍ପିଟାଲରୁ ମୃତଦେହ ନେଉନାହାନ୍ତି ପରିବାର

Published By : Prameya-News7 Bureau | August 17, 2020 IST

ଅନୁଗୋଳ ୧୭।୮: ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । କେତେବେଳେ ବାପାଠାରୁ ପୁଅକୁ ଛଡାଇ ନେଲାଣି ତ କେତେବେଳେ ଭାଇଠାରୁ ଭାଇକୁ ତ ଆଉ କେତେବେଳେ ପୁଅଠାରୁ ବାପାକୁ । ସଂପର୍କରେ ଲକ୍ଷ୍ମଣରେଖା ଟାଣୁଛି ଏହି ମହାମାରୀ । କେଉଁଠି ଶବକୁ କାନ୍ଧ ଦେଉନାହାଁନ୍ତି ସଂପର୍କୀୟ ତ କେଉଁଠି ଶବ ସତ୍କାର କରିବାକୁ ବି ଡରୁଛନ୍ତି ପରିଜନ । ହେଲେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲରେ ଯାହାକୁ ଶୁଣିଲା ପରେ କାହା ଆଖିରେ ବି ଲୁହ ଆସିଯିବ ।

କରୋନା ଭୟରେ ବାପାଙ୍କର ଶବକୁ ନେଉନାହିଁ ନିଜ ଜନ୍ମକଲା ପୁଅ । ଏବେ ଶବ ପଡିରହିଛି ହସ୍ପିଟାଲରେ । କେତେ କଷ୍ଟ କରି ବାପା-ମା’ ପୁଅ ଜନ୍ମକରିଥାନ୍ତି ଶେଷ ସମୟରେ ଟିକେ ସାହାରା ଦେବ ବୋଲି । ହେଲେ ଏହି ମହାମାରୀ ସେସବୁକୁ ଛଡାଇନେଇଛି ।

ସୂଚନା ଅନୁସାରେ କଳମୁଛୁଇଁ ଗାଁର ସୁରେଶ ଚନ୍ଦ୍ର ସାହୁଙ୍କ ଦେହ ଅସୁସ୍ଥ ଏବଂ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କ ପୁଅ ତାଙ୍କୁ ନେହେରୁ ଶତାବ୍ଦୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ସୁରେଶଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେଲା ପରେ ଏବେ ଗାଁ ଲୋକ ତାଙ୍କ ଶବକୁ ନେବା ପାଇଁ ନାରାଜ । କରୋନା ଭୟରେ ବାପାଙ୍କର ଶବକୁ ନେଉନାହାଁନ୍ତି ପୁଅ । ତେଣୁ ଅଡୁଆରେ ପଡିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.