ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଶାଶୁଘର ଆଗରେ ବୋହୂ ଧାରଣା ଦେଇଥିବା ବେଳେ ଶାଶୁଙ୍କ ମୃତ୍ୟୁ ଘଟଣା : ପୋଲିସର ଅବହେଳାକୁ ଦାୟୀ କଲେ ପରିବାର

29/08/2022 at 10:48 AM

ବ୍ରହ୍ମପୁର ୨୯।୮: ନ୍ୟାୟ ପାଇଁ ଶାଶୁ ଘର ସମ୍ମୁଖରେ ବୋହୂ ଧାରଣା ଦେଇଥିବା ବେଳେ ଶାଶୁଙ୍କ ମୃତ୍ୟୁ ଘଟଣା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୋଟିଏ ପଟେ ଘର ଆଗରେ ବୋହୂ ଧାରଣା ଦେଇଥିବା ବେଳେ ଅନ୍ୟପଟେ ବୋହୂଙ୍କ ଆଚରଣ ଶାଶୁଙ୍କ ସମ୍ମାନ ଉପରେ ଆସିଥିଲା ଆଞ୍ଚ । ଫଳରେ ଶାଶୁ ଜୀବନ ହାରିଥିବା ସାଧାରଣରେ ଆଲୋଚନା ହେଉଛି । ଅଭିଯୋଗ ଓ ପ୍ରତି ଅଭିଯୋଗ ନେଇ ଉଭୟ ପକ୍ଷରୁ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୋଲିସର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ପୋଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରିଥିଲେ ହୁଏତ ଏଭଳି ଏକ ଘଟଣା ଘଟିନଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଥାନା  ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ବୋହୂ ତନ୍ମୟୀ ପଣ୍ଡା ନିର୍ଯାତନା ସହି ନପାରି ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ଘର ବାହାରେ ବୋହୂ ଧାରଣା ଦେଇଥିବା ବେଳେ ଘର ଭିତରେ ଶାଶୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ରବିବାର ସକାଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ଶାଶୁଙ୍କୁ ପ୍ରଥମେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶାଶୁ ସୁଷମା ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ କହିଛନ୍ତି । ଗଞ୍ଜାମ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଲୋକଲଜ୍ଜା ସହିନପାରି  ଶାଶୁ ସୁଷମା ବିଷ ପିଇଦେଇଥିବା ସ୍ବାମୀ ନାରାୟଣ ପଣ୍ଡା କହିଛନ୍ତି । ଶାଶୁଙ୍କ ମୃତ୍ୟୁ ଖବର ପାଇ ବୋହୂ ଧାରଣାସ୍ଥଳରୁ ଛୁ ମାରିଥିଲା ।

ତେବେ ମୃତକଙ୍କ ପରିବାର ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛନ୍ତି ସେମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କେବେ ସେମାନଙ୍କୁ ଗିରଫ କରାଯିବ ତାହା ଦେଖିବା ବାକି ରହିଲା ।

   Related Posts