ଉପରେ ପାଣି ବୋତଲ ପଡିଗଲା ବୋଲି 'ଚାପଡ଼'ରେ ଗୋଟିଏ ପରିବାରର ୩ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ: ମା ମୃତ, ବାପା ପୁଅଙ୍କ ଅବସ୍ଥା ଗମ୍ଭୀର

Published By : Prameya-News7 Bureau | January 17, 2019 IST

ଦିଲ୍ଲୀ ୧୭/୧ : ପଶ୍ଚିମ ଦିଲ୍ଲୀର ଖୋଲା ଅଂଚଳରେ ଆଜି ଏକ ଲୋମହର୍ଷଣକାରୀ ହତ୍ୟା ଘଟଣା ଘଟିଛି | ଜଣେ ବ୍ୟକ୍ତି ତା' ପଡୋଶୀରେ ରହୁଥିବା ଗୋଟିଏ ପରିବାର ଉପରେ 'ଚାପଡ଼' ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛି | ଚାପଡ଼ ମାଡରେ ୪୫ ବର୍ଷ ବୟସ୍କ ବିରୁ ଓ ତାଙ୍କ ୧୭ ବର୍ଷ ବୟସ୍କ ପୁଅ ଆକାଶ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୩୫ ବର୍ଷ ବୟସ୍କା ପତ୍ନୀ ସୁନିତାଙ୍କ ମୃତ୍ୟୁ ହୋଇଛି | ବିରୁ ଏବଂ ଆକାଶଙ୍କୁ ଗୁରୁ ଗୋବିନ୍ଦ ସିଂଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି | ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି |


ଖବର ନେବାରେ ଜଣାପଡିଛି ଯେ, ମୃତ ସୁନିତାଙ୍କ ଝିଅ ଦୁଇ ଦିନ ତଳେ ସ୍କୁଲରୁ ଫେରୁଥିଲେ | ଏହି ସମୟରେ ପଡୋଶୀ ମହମ୍ମଦ ଆଜାଦ (୪୦)ଙ୍କ ଉପରେ ତାଙ୍କର ପାଣି ବୋତଲଟି ପଡିଯାଇଥିଲା | ଏହାକୁ କେନ୍ଦ୍ର କରି ଆଜାଦ ଏବଂ ସୁନିତାଙ୍କ ମଧ୍ୟରେ ଝଗଡା ହୋଇଥିଲା | ପୁଣି ଏହି ଘଟଣାକୁ ନେଇ ଗତକାଲି (ବୁଧବାର) ସନ୍ଧ୍ୟାରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା | ବଚସା ସମୟରେ ମହମ୍ମଦ ଆଜାଦ ଏକ ମାଂସ କଟା ଚାପଡ଼ରେ ସୁନିତା, ତାଙ୍କ ପାଟି ଓ ପୁଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା | ଆକ୍ରମଣ ପରେ ଆଜାଦ ଫେରାର ହୋଇଯାଇଛି |


ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚିବା ସହ ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.