ବଧୁ ହତ୍ୟା ଅଭିଯୋଗ, ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର

Published By : Prameya-News7 Bureau | October 01, 2022 IST

ଭଦ୍ରକ, ୦୧/୧୦: ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଜଣେ ବଧୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ଏପରି ଏକ ଅଭିଯୋଗ ଆସିଛି । ଯାଜପୁର ଥାନା ମୋଟରଙ୍ଗପାଳ ଗ୍ରାମର ବନମାଳୀ ପରିଡାଙ୍କ ଝିଅ ଉଲ୍ଲସିନୀ ଭଣ୍ଡାରିପୋଖରୀ ଥାନା ଅଧିନ ଚତୁର୍ଭୁଜପୁର ଗାଁର ପ୍ରତାପ ପରିଡାଙ୍କୁ ବିବାହ କରିଥିଲେ । ଉଲ୍ଲାସିନୀଙ୍କ ସ୍ୱାମୀ ବାହାରେ ରହୁଥିବା ବେଳେ ତାଙ୍କର ଦୁଇ ବର୍ଷର ଏକ ଝିଅ ରହିଛି । କିନ୍ତୁ ତାଙ୍କୁ ଶ୍ୱଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ପରେ ଉଲ୍ଲାସିନୀଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି ।

କିନ୍ତୁ ପରିବାର ଲୋକ ପହଞ୍ଚି ଝିଅର ହାତ, ଗୋଡ଼ ଓ ବେକରେ କ୍ଷତ ଥିବା ଦେଖିଥିଲେ । ପରେ ଭଣ୍ଡାରିପୋଖରୀ ଥାନାରେ ଏନେଇ ଲିଖିତ ଏତଲା ପରେ ମୃତକଙ୍କ ଶ୍ୱଶୁରକୁ ଅଟକ ରଖିଛି ପୋଲିସ । କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପରିବାର ଲୋକେ ମାଲଦା ବଜାର ଠାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.