ହିମାଚଳପ୍ରଦେଶ୪|୮: କୁଲୁ ଜିଲ୍ଲାର ଜଣେ ଭାଜପା ନେତ୍ରୀଙ୍କ ଫଟୋକୁ ଏକ ଅଶ୍ଳୀଳ ଭିଡିଓ ସହ ଯୋଡି ଭାଇରାଲ କରାଯାଉଛି।ଏନେଇ ଭୁନ୍ତର ଥାନାରେ ଭାଜପା ନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଭାଜପା ନେତ୍ରୀ ଇ-ମେଲ ମାଧ୍ୟରେ ଭୁନ୍ତର ଥାନାରେ ଅଭିଯୋଗ କରିଥିଲେ। ଜଣେ ଅଜଣା ମହିଳାଙ୍କ ଅଶ୍ଳୀଳ ଭିଡିଓ ସହ ତାଙ୍କ ଫଟୋକୁ ଏଡିଟିଙ୍ଗ କରି ହ୍ବାର୍ଟସପ୍ ଓ ଫେସବୁକରେ ଭାଇରାଲ କରାଉଛି ବୋଲି ସେ ଅଭିଯୋଗ ଦର୍ଶାଇଥିଲେ।
ଭାଜପା ନେତ୍ରୀଙ୍କ କହିବା ଅନୁସାରେ ତାଙ୍କୁ ବଦନାମ କରିବା ପାଇଁ କିଏ ଏହିଭଳି ପ୍ରୟୋଜିତ ଷଡଯନ୍ତ୍ର କରୁଛି। ତେଣୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ ଭାଜପା ନେତ୍ରୀ ଦାବି କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି।