suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କମ୍ପିଟେଟିଭ୍ ଏକ୍ଜାମରେ ନକଲୀ ମେଧାବୀ ପରୀକ୍ଷାର୍ଥୀ ରାକେଟ ସକ୍ରିୟ: ଓୟୁଏଟି ପରୀକ୍ଷାରୁ ଗିରଫ ହେଲେ ଜଣେ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲ

20/05/2019 at 5:42 PM

ଭୁବନେଶ୍ବର (ନିରଦ ପଟ୍ଟନାୟକ) ୨୦|୫:  ବଡ଼ ବଡ଼ କମ୍ପିଟିଟିଭ ଏକ୍‌ଜାମରେ ନକଲି ପରୀକ୍ଷାର୍ଥିଙ୍କୁ ବସେଇ ପାସ୍‌ ଗ୍ୟାରେଣ୍ଟି ଦେଉଥିବା ରାକେଟ ଏବେ ସକ୍ରିୟ ଅଛନ୍ତି । ବିହାରକୁ ଲମ୍ବିଥିବା ଏମିତି ଏକ ରାକେଟକୁ ଧରିଛି ପୋଲିସ ।  ଜଣେ ପରିକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରାଯାଇଛି । ଏମାନଙ୍କର ଆଉ କେଉଁ କେଉଁ ସ୍ଥାନରେ ଲିଙ୍କ ରହିଛି ତାହାର ଛାନଭିନ କରୁଛି ସ୍ପେଶାଲ ଟିମ ।

କମ୍ପିଟିଟିଭ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ।  ଠକ ପରୀକ୍ଷାର୍ଥୀଙ୍କ ସ୍ଥାନରେ ପରୀକ୍ଷା ଦେଉଛନ୍ତି ପୁରୁଣା ମେଧାବୀ ଛାତ୍ର । ଶହେ ଶହେରେ ଖେଳ ଚାଲିଥିଲା। ବିହାରରୁ ଆସିଥିଲେ ମେଧାବୀ ଛାତ୍ର ।  ଅନ୍ୟଜଣେ ପରୀକ୍ଷାର୍ଥୀ ପାଇଁ ପରୀକ୍ଷା ଦେଉଥିଲେ । ଭୁବନେଶ୍ବର ଧର୍ମବିହାର ଶିଶୁ ମନ୍ଦିରରେ ଓୟୁଏଟିର  ପ୍ରବେଶିକା  ପରିକ୍ଷାରୁ ଧରା ପଡ଼ିଛି ଏମିତି କାରବାର ।  

ହଲ ଭିତରେ ଯାଞ୍ଚ ସମୟରେ  ବିହାରର ଜଣେ ନକଲି ପରିକ୍ଷାର୍ଥୀ ଆଦର୍ଶ ଚୌଧୁରୀ ଧରାପଡ଼ିଥିଲେ  ।  ଖଣ୍ଡଗିରି ପୋଲିସ  ଆଦର୍ଶଙ୍କୁ ପଚରା ଉଚୁରା ପରେ ବିହାରର ଦଲାଲ ଅମିତ ସିଂକୁ ପୋଲିସ ଧରିଥିଲା। ଅମିତର ସୂଚନା ମୁତାବକ ପୋଲିସ  ଏନଏମଆଇଟିରେ କାର୍ଯ୍ୟରତ କର୍ମଚାରୀ ଅମୀୟ ଭୁଷଣ ଓ ରୋନିତ ବେହୁରାକୁ ଗିରଫ କରିଛି ।

ଯୁଧିଷ୍ଟିର ମଲିକ ନାମକ ଜଣେ ପରୀକ୍ଷାର୍ଥୀ ପାଇଁ ଆଦର୍ଶ ଚୌଧୁରୀଙ୍କ ଚୋରି ବିଦ୍ୟା ଚାଲିଥିଲା।  ଦଲାଲ ସହ ଡିଲ ହୋଇଥିଲା ୫ଲକ୍ଷ।   ଯେଉଁଥିରୁ ଦେଢଲକ୍ଷ ନେଇଥାନ୍ତେ ଆଦର୍ଶ।  ତେବେ ଯୁଧିଷ୍ଟିରଙ୍କ  ଅଧର୍ମ କାର୍ଯ୍ୟ ପାଇଁ  ଦୁଇଲକ୍ଷ  ଦିଆସରିଥିଲା। ବାକି ଅର୍ଥ ପରୀକ୍ଷା ରେଜଲ୍ଟ ବାହାରିବା ପରେ ଦେଇଥାନ୍ତେ ।

ପୋଲିସ ଏମାନଙ୍କ ନିକଟରୁ ନକଲି ଆଡମିଟ କାର୍ଡ ପ୍ରକ଼ୃତ ଛାତ୍ରର ଆଧାର କାର୍ଡ  ଓ ୪ଟି ମୋବାଇଲ ଜବତ କରିଛି । ନକଲି ଆଡମିଟ କାର୍ଡ ଏମାନେ କେଉଁଠି ତିଆରି କରିଥିଲେ ଆଉ କେଉଁ କେଉଁ କଲେଜରେ ଏମାନେ ସମାନ କାରବାର କରିଛନ୍ତି ଏହାର ଖୋଳତାଡ କରୁଛି କମିସନରେଟ ପୋଲିସ ।

   Related Posts