ଡାବର ଇଣ୍ଡିଆ କମ୍ପାନୀ ନାଁରେ ବିକ୍ରି ହେଉଛି ନକଲି ଗୋଲାପ ଜଳ : ନକଲି ସାମଗ୍ରୀ ଜବତ ହେବା ସହ ବ୍ୟବସାୟୀ ଗିରଫ

Published By : Prameya-News7 Bureau | August 25, 2019 IST

ଗୁମଲା ୨୫/୮: ଡାବର ଇଣ୍ଡିଆ କମ୍ପାନୀ ଦିଲ୍ଲୀ ନାଁରେ ନକଲି ଗୋଲାପ ଜଳ ବିକ୍ରି ହେବାର ଖବର ପାଇ ଡାବର ଇଣ୍ଡିଆ କମ୍ପାନୀ ଗତକାଲି ଶନିବାର ସନ୍ଧ୍ୟାରେ ପୋଲିସ୍ ସହାୟତାରେ ରାଜେନ୍ଦ୍ର ସାହୁ ଘରେ ଚଢ଼ଉ କରିଥିଲେ। ଚଢ଼ଉ କରି କମ୍ପାନୀ ରାଜେନ୍ଦ୍ର ସାହୁ ଘରୁ ୫୯ଏମଏଲର ୧୨୦୨ଟି ଖାଲି ବୋତଲ,୩୨୭ଟି ଖାଲି ବୋତଲ ଏବଂ ୧୦୧୯୦ଟି ଷ୍ଟିକର ଜବତ କରିଛି।

 ନକଲି ଗୋଲାପ ଜଳ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକୁ ପୋଲିସ୍ ଜବତ କରି ଥାନା ନେଇଯାଇଥିଲା। ପୋଲିସ୍ ନକଲି ଗୋଲାପ ଜଳ ବ୍ୟବସାୟ କରୁଥିବା ରାଜେନ୍ଦ୍ର ସାହୁକୁ ମଧ୍ୟ ଗିରଫ କରିଛି। ଏହି ଚଢ଼ଉ ଅଭିଯାନରେ ଜିଲ୍ଲା ଖାଦ୍ୟ ସୁରକ୍ଷା ପଦାଧିକାରୀ ରଶ୍ମି ଭରଦ୍ବାଜ,ଡାବର ଇଣ୍ଡିଆ କମ୍ପାନୀ ଦିଲ୍ଲୀର ପ୍ରମୁଖ ତଦନ୍ତକାରୀ କୁମାର ଦୟା ଶଙ୍କର ଏବଂ ନିର୍ବାଚନ ଅପରେଟର ସୁମିତ କେଶରୀ ସାମିଲ ଥିଲେ।

କୁମାର ଦୟା ଶଙ୍କରଙ୍କ କହିବାନୁସାରେ କମ୍ପାନୀକୁ ସୂଚନା ମିଳିଥିଲା ଯେ ରାଜେନ୍ଦ୍ର ସାହୁ ନିଜ ଭଡ଼ା ଦୋକାନଘରେ ନକଲି ଗୋଲାପ ଜଳ ପ୍ରସ୍ତୁତ କରି ବିକ୍ରି କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.