ସାବଧାନ! ଚାକିରି ଦେବା ନାଁ ରେ କଟକ ସହରରେ ଖୋଲିଛି ଶହ ଶହ ଠକ ପ୍ଲେସ ମେଣ୍ଟ ସଂସ୍ଥା

Published By : Prameya-News7 Bureau | December 10, 2018 IST

କଟକ ୧୦|୧୨: କିଏ କହୁଛି ପାର୍ଟ ଟାଇମ କାମ କରି ପାଆନ୍ତୁ ଟଙ୍କା ତ ଆଉ କିଏ କହୁଛି ଘରେ ବସି ଫୁଲ ଟାଇମ କାମ କରି ପାଆନ୍ତୁଟଙ୍କା…. ଏଭଳି ବିଜ୍ଞାପନ ଦେଇ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଠାରୁ ଲୁଟ କରୁଛନ୍ତି ଲକ୍ଷାଧିକଟଙ୍କା । ହେଲେ ଚାକିରି ପରିବର୍ତ୍ତେ ପ୍ଲେସମେଣ୍ଟ ସଂସ୍ଥା ଠକେଇ କରି ହୋଇଯାଉଛି ପାର । କଟକ ସହରରେଏଭିଳି ସଂସ୍ଥା ପୋଲିସର ନାକତଳେ ଚାଲିଥିଲେ ବି ପୋଲିସ ଟେର ପାଉ ନାହିଁ…ଖାଲି ଅଭିଯୋଗ ହେବା ପରେପୋଲିସ କରୁଛି ତଦନ୍ତ ।ଯାହା ଏବେ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡାଭଳି ହୋଇ ଚାଲିଛି ।

ଚାକିରି ଦେବା ନାଁ ରେ କଟକ ସହରରେ ଖୋଲିଛି ଶହ ଶହ ଠକ ପ୍ଲେସ ମେଣ୍ଟ ସଂସ୍ଥା । କିଏ ଖବର କାଗଜରେ ବିଜ୍ଞାପନ ଦେଲାଣି ତ ଆଉ କିଏ କାନ୍ଥ ବାଡରେ ନିଜର ପୋଷ୍ଟର ମାରି ଚାକିରି ପାଇଁ ଦେଉଛି ବିଜ୍ଞାପନ… କିଏ କହୁଛି ପାର୍ଟ ଟାଇମ କାମ କରି ପାଆନ୍ତୁ ଟଙ୍କା ତ ଆଉ କିଏ କହୁଛି ଘରେ ବସି ଫୁଲ ଟାଇମ କାମ କରି ପାଆନ୍ତୁ ମାସିକ ଦରମା । ଯାହାକୁ ନେଇ ବେକାର ଶିକ୍ଷିତ ଯୁବକ ଯୁବତୀ ଚାକିର ପାଇଁ ଆବେଦନ କରିବା ସହ । ଅଗ୍ରୀମ ଦେଉଛନ୍ତି ହଜାର ହଜାର ଟଙ୍କା । ହେଲେ କିଛି ଦିନ ପରେ ଚାକିର ବଦଳରେ ଠକ ପ୍ଲସେମେଣ୍ଟ ସଂସ୍ଥା ବନ୍ଦ କରି ପାରହୋଇଯାଉଛି । ଯାହା ଫଳରେ ଶହ ଶହ ଯୁବକ ଯୁବତୀ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହେଉଛନ୍ତି । ବାଧ୍ୟହୋଇ ଅନ୍ୟ ଉପାୟ ନ ପାଇ ପୋଲିସର ଆଶ୍ରୟ ନେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ବିଜ୍ଞାପନ ଲାଗିଥିବାପୋଷ୍ଟରରେ ରହୁ ନାହିଁ ସଂସ୍ଥାର ଆଡ୍ରେସ ଯାହାଫଳରେ ଫୋନ ଯୋଗେ ମଧ୍ୟ ପ୍ଲେସମେଣ୍ଟ ସଂସ୍ଥା ଲୁଟ କରିବରେ ଓସ୍ତାଦ ହୋଇ ପଡିଛନ୍ତି..

ସବୁଠାରୁ ବଡକଥା ହେଲା କଟକରେ ଏହା ପୂର୍ବୁର ମଧ୍ୟ ବହୁ ସଂସ୍ଥା ଏଭଳି ଠକେଇ କରି ଗିରଫ ହୋଇଥିଲେ ମଧ୍ୟ ଏଭଳି ସଂସ୍ଥା ବନ୍ଦ ହେବା ପରିବର୍ତ୍ତେ ବଢିଚାଲିଛି । ତେବେ ଯେଉଁ ଘରେ ସବୁ ଏଭଳି ପ୍ଲେସମେଣ୍ଟ ସଂସ୍ଥାଖାଲିଛି ଘର ମାଲିକ କିଭଳି ପୋଲିସକୁ ଭଡାଟିଆଙ୍କ ସଂମ୍ପୂର୍ଣ୍ନ ତଥ୍ୟ ଦେଉ ନାହାନ୍ତି ସେନେଇ ପ୍ରଶ୍ନ ଉଠିବା ତ ସ୍ବାଭାବିକ କଥା । ତା ଛଡା ବିଭିନ୍ନ ଥାନା ଅଧିନରେ ଖୋଲିଥିବା ଏଭଳି ସଂସ୍ଥା ବାବାଦରେ ପୋଲିସ ନିଜସ୍ବ ଗୁଇନ୍ଦା ତଥ୍ୟ ପାଉ ନାହିଁ ନା ପାଇକି ଚୁପ ବସିଛି ସେ ନେଇ ମଧ୍ୟ ସନ୍ଦେହ ଉପୁଜିଛି।

ପୋଲିସ ଯଦି ଗୁଇନ୍ଦା ତଥ୍ୟ ହାସଲ କରି ନକ୍ସଲଙ୍କ ପାଖରେ ପହଞ୍ଚି ପାରୁଛି ତେବେ ପ୍ରଶ୍ନ ଉଠୁଛି କଟକ ଭଳି ସ୍ଥାନରେ ଏଭଳି ଠକ ସଂସ୍ଥା ବାବଦରେ ପୋଲିସ ତଥ୍ୟ ପାଇ ପାରୁ ନାହିଁ । ଯଦି ପୋଲିସ ସଠିକ ପଦକ୍ଷପ ନିଅନ୍ତା ତେବେ ହୁଏତ ଶିକ୍ଷତି ବେକାର ଯୁବକ ଯୁବତୀ ଠାକାମିର ଶିକାର ହେବାରୁ ବଞ୍ଚିତ ହୁଅନ୍ତେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.